ମୁମ୍ବାଇ: କ୍ୱାରେଣ୍ଟାଇନରେ ସୋସିଆଲ ମିଡିଆରେ ଏକାଧିକ ଟ୍ରେଣ୍ଡ । ଖାସ କରି ଫେସବୁକରେ ଶାଢୀ ଚ୍ୟାଲେଂଜ ସବୁଠୁ ଅଧିକ ପପୁଲାର ହୋଇିଛି । ତେବେ କିଛି ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଫଟୋ ପର୍ଣ୍ଣ ସାଇଟରେ ପବ୍ଲିସ୍ ହୋଇଥିବା ଅଭିଯୋଗ ଆସିଛି ।
ଡିପ୍ ନ୍ୟୁଡ (Deep Nude) ନାମକ ଏକ ୱେବସାଇଟ୍ ମହିଳା ଓ ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଫଟୋରେ ରୂପାନ୍ତରିତ କରିବା ଅଭିଯୋଗରେ ୨୦୧୯ରେ ପ୍ରଥମେ ସାମ୍ନାକୁ ଆସିଥିଲା । ତେବେ ଲକ୍-ଡାଉନ୍ ଭଳି ସ୍ଥିତିରେ ଏହି ସାଇଟ୍ ପୁଣିଥରେ ସକ୍ରିୟ ହୋଇଥିବା ନେଇ ଟୁଇଟ୍ କରିଛି ।
ଦ ହିନ୍ଦୁ ର ରିପୋର୍ଟ ଅନୁଯାୟୀ ସାଇବର ଅପରାଧି ମାନେ ପର୍ଣ୍ଣ ଫଟୋ ଓ ବ୍ଲାକମେଲ କରିବା ପାଇଁ ଡିପ୍ ନ୍ୟୁଡ ୱେସାଇଟର ସାହାରା ନେଉଛନ୍ତି । ଏ ଆଇ(Artificial Intelligence) ଦ୍ୱାରା ପରିଚାଳିତ ଏହି ସାଇଟ୍ ସାଧାରଣ ଫଟୋକୁ ବେଶ ସହଜରେ ଅଶ୍ଲୀଳ ଫଟୋରେ ରୂପାନ୍ତରିତ କରିଥାଏ ।
ଶାଢି ଚ୍ୟାଲଂଜରେ ଅଂଶଗ୍ରହଣ କରିଥିବା ଅନେକ ଅନେକ ମହିଳା ଓ ଯୁବତୀଙ୍କ ଅଶ୍ଲୀଳ ଫଟୋ ପର୍ଣ୍ଣ ସାଇଟରେ ଅପଲୋଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଶାଢି ଚ୍ୟାଲେଂଜ ସାଇବର ଅପରାଧିଙ୍କ ପାଇଁ ପାଲଟିଛି ଅନ୍ତହୀନ ସୁଯୋଗ ।
୨୫ଜଣଙ୍କୁ ଟ୍ୟାଗ କରି ଫଟୋ ଶେୟାର କରିବା ଭଳି ଟ୍ରେଣ୍ଡଠାରୁ ଦୂରେଇ ରୁହନ୍ତୁ । ଅଥବା ଏହାଦ୍ୱାରା ବିନା କାରଣରେ ଆପଣ ଲୋକଲଜ୍ଜାର ସମ୍ମୁଖୀନ ହୋଇପାରନ୍ତି ।
Comments are closed.