Latest Odisha News

ପଶ୍ଚିମ ଓଡିଶାରେ କୋଭିଡ ହସପିଟାଲ ସ୍ଥିତି ପରଖିଲେ ସଚିବ

ଭୁବନେଶ୍ୱର: କରୋନା ମୁକାଲିବା ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପଶ୍ଟିମ ଓଡିଶାରେ କୋଭିଡ ହସ୍ପିିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ।ବଲାଙ୍ଗୀର, ବରଗଡ, ସୋନପୁର ଓ କନ୍ଧମାଳରେ ତିଆରି ହୋଇଥିବା ସ୍ୱତନ୍ତ୍ର କୋଭିଡ ହସ୍ପିିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କଣ ବ୍ୟବସ୍ଥା କରାଯାଇଛି ସେନେଇ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏଥିସହ ଏସବୁ ଜିଲ୍ଲାରେ ଚାଷକାମ କିପରି ଚାଲିଛି ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ।

Comments are closed.