ଭୁବନେଶ୍ୱର: ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । କରୋନା ପାଇଁ ଲକ୍ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ଡିଡି ଓଡ଼ିଆରେ ଦଶମ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅନ୍ଲାଇନ୍ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ ପ୍ରସାରିତ ହେବ ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ ଟା ଓ ଦିନ ୩ଟା୩୦ରୁ ୪ଟା ୩୦ରେ ପ୍ରସାରିତ ହେବ । ଗଣିତ , ଇଂରାଜୀ,ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠ୍ୟକ୍ରମ ପ୍ରସାରଣ କରାଯିବ । ଏହାଛଡା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଳାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ର ମଧୁ ଓ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ । ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ମଝି ଚିଲିକାରେ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
- Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI CCTVରେ ନଜର, ଆତଙ୍କୀ ଧମକକୁ ନେଇ କଡ଼ା ସୁରକ୍ଷା
- ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପୂର୍ବତନ କ୍ରିକେଟ ଅଧିନାୟକଙ୍କ ଘରକୁ ବୋମାମାଡ଼
- ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଗୋଟିଏ ପରିବାରର ୬ ମୃତ
- ପ୍ରବଳ ବର୍ଷାରେ ଭିଜୁଛି ଭୁବନେଶ୍ୱର, ୯୭.୨ ମିମି. ରେକର୍ଡ
- କେବେ ଆସିବ ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ…
- ଭାରତକୁ ଚେତାବନୀ ଦେଲେ ଶେଖ ହସିନାଙ୍କ ପୁଅ, ବାଂଲାଦେଶରୁ ଆସିବେ ଆତଙ୍କବାଦୀ
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
Comments are closed.