ଭୁବନେଶ୍ୱର: ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । କରୋନା ପାଇଁ ଲକ୍ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ଡିଡି ଓଡ଼ିଆରେ ଦଶମ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅନ୍ଲାଇନ୍ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ ପ୍ରସାରିତ ହେବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ ଟା ଓ ଦିନ ୩ଟା୩୦ରୁ ୪ଟା ୩୦ରେ ପ୍ରସାରିତ ହେବ । ଗଣିତ , ଇଂରାଜୀ,ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠ୍ୟକ୍ରମ ପ୍ରସାରଣ କରାଯିବ । ଏହାଛଡା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଳାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ର ମଧୁ ଓ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ । ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ
- ‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
- ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଘଟଣାରେ ୮ ଗିରଫ
- ଅବସର କେବେ ନେବେ ସୂଚନା ଦେଲେ କୋହଲି
- ‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’
- ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଆରାମ ଦରକାର: ଜେପି ନଡ୍ଡା
- ଅବସର ଘୋଷଣା କଲେ ଭାରତର ମହାନ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ
- ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ବସ୍ତି
- ପଥର ଖାଦାନରେ ଅଘଟଣ,ଜଣେ ଶ୍ରମିକ ମୃତ
- ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ…