Latest Odisha News

BREAKING NEWS

ଲକଡାଉନ ୨.୦: ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରିବେନି ଇ-କମର୍ସ କମ୍ପାନୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଥିବା ବେଳେ ଇ-ବାଣିଜ୍ୟ କମ୍ପାନୀ ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ବିଜ୍ଞପ୍ତି ଅନୁଯାୟୀ “ଇ-କମର୍ସ କମ୍ପାନୀ ଏବଂ ଇ-କମର୍ସ ଅପରେଟରଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଯାନବାହାନଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ଦିଆଯିବ।

ଆହୁରି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଲକଡାଉନ୍ ୨.୦ ସମୟରେ ଇ-ବାଣିଜ୍ୟ କମ୍ପାନୀଗୁଡିକ ଦ୍ୱାରା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଷେଧ ରହିବ।

Comments are closed.