ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ ପିଏମ୍ଓକୁ ଏନେଇ ଚିଠି ଲେଖି ପ୍ରସ୍ତାବ ଦିଆଯାଇଛି ।
ଲକଡାଉନ୍ ହଟିବା ପରେ ଯଦି ବିମାନ କିମ୍ବା ଟ୍ରେନ୍ ଚାଲେ ତେବେ ଯାତ୍ରୀ ଯାତ୍ରା ସମୟରେ ସାମାଜିତ ଦୂରତା ବଜାର ରଖିବା ସମ୍ଭବ ନୁହେଁ । ତେଣୁ ଏପରି ସ୍ଥିତିରେ କରୋନା ସଂକ୍ରମଣ ଭଳି ବିପଦକୁ ଏଡାଇ ଦେଇହେବ ନାହିଁ । ତେଣୁ ମେ ୩ ପରେ ବି ଘରୋଇ ବିମାନ ଓ ଟ୍ରେନରେ ଟିକଟ ବୁକ ନକରିବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମନ୍ତ୍ରୀମାନଙ୍କ ସମୂହ ପ୍ରସ୍ତାବ ଦେଇଛନ୍ତି ।
BREAKING NEWS
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Comments are closed.