ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ଲକଡାଉନ୍ ଅବଧି । ମେ’ ୭ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଲକଡାଉନ୍କୁ ଅତି କଠୋର କରାଯିବ । ଆଜିଠାରୁ ତେଲେଙ୍ଗାନାରେ ଫୁଡ ଡେଲିଭରି ମୋବାଇଲ୍ ଆପ୍ଲିକେସନ୍କୁ ଅନୁମତି ମିଳିବ ନାହିଁ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୮ ଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୪ଟି ଜିଲା କରୋନା ମୁକ୍ତ ଥିବା ବେଳେ ପରିସ୍ଥିତିରେ ଆହୁରି ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
ତେବେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନାର ସ୍ଥିତି ଭଲଥିବା କେସିଆର୍ କହିଛନ୍ତି। ଲକ୍ଡାଉନ ନିୟମରେ କେନ୍ଦ୍ର ସରକାର ଏପ୍ରିଲ ୨୦ରୁ ଯେଉଁସବୁ କୋହଳ ଘୋଷଣା କରିଛନ୍ତି ତାହା ତେଲେଙ୍ଗାନାରେ କାର୍ୟ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ ଅବଧିକୁ ମେ’୩ ପର୍ୟ୍ୟନ୍ତ ପୂର୍ବରୁ ବୃଦ୍ଧି କରିଥିଲେ। ଏବେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଭାବେ ଏହି ଅବଧିକୁ ମେ’୭ ପର୍ୟ୍ୟନ୍ତ ବୃଦ୍ଧି କରିଛି।
BREAKING NEWS
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା
- Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ
- Brown Sugar Seized:୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
- ‘ବନ୍ଦେ ମାତରମ୍’ର ଦୁଇଟି ଅନ୍ତରା ଗାଇବା ନେଇ CWC ନିଷ୍ପତ୍ତି ପରେ ବର୍ଷିଲେ ଅମିତ୍ ଶାହ, କହିଲେ- ବିଭାଜନ ତ୍ରୁଟି ଦୋହରାଉଛି କଂଗ୍ରେସ

Comments are closed.