ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ ବିଭିନ୍ନ ସ୍ଥାନକୁ ଟିମ ପଠାଯିବ ।
ଏହି ଯାଞ୍ଚ ପୂରଣ ନହେବା ପର୍ୟ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ରାଜ୍ୟମାନଙ୍କୁ ଆଇଏସଏମଆର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଆଇସିଏମଆରର ରମଣ ଆର ଗଙ୍ଗାଖେଡକର କହିଛନ୍ତି, ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟକୁ ବଣ୍ଟନ କରାଯାଇଥିଲା। ଗୋଟିଏ ରାଜ୍ୟ କହିଛି ଯେ ଏହି ଟେଷ୍ଟ କିଟ୍ ଗୁଡିକରେ ତ୍ରୁଟି ରହିଛି । ଆମେ ତିନୋଟି ରାଜ୍ୟରୁ ଏହା ଜାଣିବାକୁ ପାଇଛୁ। ଏହା ଭଲ ସଙ୍କେତ ନୁହେଁ। ଆମେ ଏହା ଉପରେ ତଦନ୍ତ ଆରମ୍ଭ କରିବୁ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ରାପିଟ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି । ମାତ୍ର ୫.୪ ପ୍ରତିଶତ ସଠିକ ରିପୋର୍ଟ ବାହାରୁଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।
BREAKING NEWS
- ମୁମ୍ବାଇ-କୋଲକାତା ମ୍ୟାଚରେ ଟସକୁ ନେଇ ବିବାଦ
- ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର
- ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ
- ୨୬ ସହର ରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ପାରଦ, ୪୪.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର
- ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା
- ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା
- ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ
- ଆଇସିସି ର୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ
- ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା
- ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ