ପଦ୍ମପୁର: ଲକଡାଉନ ସତ୍ତ୍ୱେ ପଶ୍ଚିମ ଓଡିଶାର ପବିତ୍ର ତୀର୍ଥ କ୍ଷେତ୍ରରେ ରୀତିନୀତି ସହ ପାଳନ ହେବାକୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ।
ନୃସିଂହନାଥ ଚତୁର୍ଦ୍ଦଶୀ ଦିନ କେବଳ ରୀତିନୀତି ଅନୁସାରେ ସାମାଜିକ ଦୂରତାକୁ ବଜାୟ ରଖି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ ।
ଏହାକୁ ସୂଚାରୁ ରୂପେ ସମ୍ପାଦନା କରିବା ନିମନ୍ତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ମନ୍ଦିର ଭୋଗ ମଣ୍ଡପ ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନା ସଭାରେ ପାଇକମାଲ ବିଡିଓ ତଥା ମନ୍ଦିର ସଭାପତି ସୁରେନ୍ଦ୍ର ମେହେର, ପାଇକମାଲ ତହସିଲଦାର ମନୋଜ କୁମାର ମେହେର,ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ରଣା,ପଦ୍ମପୁର ଉପଖଣ୍ତ ଲୋକ ସୂଚନା ଅଧିକାର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସମେତ ମନ୍ଦିର ସେବାୟତ ମାନେ ଅଂଶଗ୍ରହଣ କରି ଆଲୋଚନା କରିଛନ୍ତି ।
ଆଲୋଚନା ସମୟରେ ମନ୍ଦିର ସେବାୟତ ମାନେ ତାଙ୍କ ସୁବିଧା ଅସୁବିଧା ସଂପର୍କରେ ଉପ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି ।
Comments are closed.