ହରିୟାଣା: କରୋନା ମୁକାବିଲା ପାଇଁ ସାରା ଦେଶ ଏକଜୁଟ । ଖାଲି ସ୍ୱାସ୍ଥ୍ୟକର୍ମୀ କିମ୍ବା ପ୍ରଶାସନ ନୁହେଁ ବରଂ ଏହି ଲଢେଇରେ କାନ୍ଧରେ କାନ୍ଧ ମିଶାଇ ଏହାର ମୁକାବିଲା କରୁଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ ।
ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର। ସାମ୍ବାଦିକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହୋରଲାଲ୍ ଖଟ୍ଟର ।
ଯଦି କୌଣସି ସ୍ଥାନୀୟ ସାମ୍ବାଦିକଙ୍କର ମୃତ୍ୟୁ କରୋନା ଯୋଗୁଁ ହୁଏ ତେବେ ବୀମା ବାବଦକୁ ତାଙ୍କ ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା ହୋଇଥିବା ବେଳେ ହରିୟାଣା ସରକାର ପ୍ରଥମ ରାଜ୍ୟଭାବେ ସାମ୍ୱାଦିକଙ୍କ ପାଇଁ ବୀମା ଘୋଷଣା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ୱାଦିକମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଜଣେ ଜଣେ ଜରୁରୀକାଳୀନ ସେବା କର୍ମଚାରୀ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏଥିରେ ସାମ୍ୱାଦିକମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଆବଶ୍ୟକ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
Comments are closed.