Latest Odisha News

BREAKING NEWS

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ କରୁଛି ମୋତେ ଦେଖିବି କୋଳେଇ ନେଉ ନାହିଁ କାହିଁକି ମାଁ? ମରି ଯାଇଛି କି ମାତୃତ୍ୱ ନା ହଜି ଯାଇଚି ବାତ୍ସଳ ମମତା? ଏ ହେଉଛି ୨ ବର୍ଷ ଶିଶୁ ର ଅନ୍ତର ବେଦନାର ପରିଭାଷା।

ମାଲକାନଗିରି ଜିଲ୍ଲା ସ୍ୱାସ୍ଥ ବିଭାଗ ରେ ମାଇକ୍ରୋ ବାୟୋଲୋଜିଷ୍ଟ ଭାବରେ କାମ କରନ୍ତି ପ୍ରିୟ ଦର୍ଶିନୀ। କରୋନା ରୋଗୀ ଚିହ୍ନଟ ନିମନ୍ତେ ଏବେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ତାଙ୍କର ଦାୟିତ୍ଵ। ସକାଳ ୭ ରୁ ଲୋକ ଙ୍କର ନମୁନା ସଂଗ୍ରହ ରେ ସେ ଲାଗୀ ପଡ଼ନ୍ତି ଘରକୁ ଫେରିବା ର ସମୟ ଠିକ୍ ନ ଥାଏ। ଏତେ ସମୟ ପରେ ଘରକୁ ଫେରିଲା ବେଳ କୁ ନିରୀହ ଶିଶୁ ଟି ମାଁ କୁ ଖୋଜି କାନ୍ଦି କାନ୍ଦି ଶୋଇ ପଡ଼ି ଥାଏ। ଇଚ୍ଛା ଥିଲେ ବି କୋଳେ ନେଇ ପାରେ ନି ମାଁ। ସଂକ୍ରମଣ ଆଶଙ୍କା ରେ ଦୂର ରେ ରହି ସେ କେବଳ ହାତ ହଲେଇ ଦିଏ। କେବଳ ପିଲା ର କଥା ଭାବି ବେଳେବେଳେ ଆଖିରୁ ଭାର ଭାର ଲୁହ ବୋହି ଆସେ।

କର୍ତ୍ତବ୍ୟ ଆଗରେ ସିନା ହାର୍ ମାନିଛି ମାତୃତ୍ୱ। ହେଲେ କମିନି ମାଁ ର ସ୍ନେହ। ସମୟ ଧାରା ରେ କେବଳ ବନ୍ଧା ପଡ଼ି ଯାଇଛି ତାର ଆବେଗ।

Leave A Reply

Your email address will not be published.