Latest Odisha News

BREAKING NEWS

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ

ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମାଞ୍ଚଳରେ ଏହି ଅନୁଭୂତ ହୋଇଛି ।

ତେବେ ଚମ୍ବା କିମ୍ବା କାଂଗ୍ରା ଅଞ୍ଚଳରେ କୌଣସି ମୃତାହତର ଖବର ମିଳିନାହିଁ ।

ଏଠାରେ ସୂଚନାଯୋଗ୍ୟ, ଭୌଗୋଳିକ ଅବସ୍ଥିତି କାରଣରୁ ହିମାଚଳ ପ୍ରଦେଶରେ ପ୍ରାୟ ପ୍ରତିବର୍ଷ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଥାଏ ।

Leave A Reply

Your email address will not be published.