ପୁରୀ: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୭୮୮ ମସିହା ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଗବାନ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ଏହି ତିଥିକୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଭାବେ ପାଳନ କରାଯାଏ । ଶଙ୍କରାଚାର୍ଯ୍ୟ ୪ ବେଦକୁ ଆଧାର କରି ୪ଟି ପୀଠ ନିର୍ମାଣ କରିଥିଲେ । ଋଗବେଦରୁ ପୁରୀ ଗୋବର୍ଦ୍ଧନ ପୀଠର ସୃଷ୍ଟି । ଯର୍ଜୁବେଦରୁ ରାମେଶ୍ୱରମର ଶ୍ରଙ୍ଗେରୀ, ସାମବେଦରୁ ଦ୍ୱାରିକାର ଶାରଦା ମଠ ଓ ଅଥର୍ବବେଦରୁ ବଦ୍ରିନାଥର ଜ୍ୟୋର୍ତିମଠର ପ୍ରସ୍ତୁତି । ଏହି ମଠଗୁଡିକରେ ଶନିବାର ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାରମ୍ପାରିକ ରୀତି ନୀତିରେ ବିଧିବଦ୍ଧ ଭାବେ ପାଳିତ ହୋଇଛି । ଅଳ୍ପାୟୁରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବେଦଜ୍ଞାନ ପ୍ରାପ୍ତ କରିଥିଲେ ।
୮୨୦ ମସିହାରେ ହିମାଳୟରେ ସେ ସମାଧି ନେଇଥିଲେ । କେରଳର କାଲଡ଼ି ଗ୍ରାମରେ ଆଦିଗୁରୁଙ୍କ ଜନ୍ମ କୁହାଯାଏ, ଭଗବାନ ଶିବଙ୍କ କୃପାରୁ ଆଦିଗୁରୁଙ୍କ ଜନ୍ମ ହୋଇଥିଲା । ତାଙ୍କୁ ଯେତେବେଳେ ୩ ବର୍ଷ ବୟସ, ପିତାଙ୍କ ମୃତ୍ୟୁ ହୋଇଥିଲା । । ଏହା ପରେ ତାଙ୍କୁ ୮ ବର୍ଷ ବୟସରେ ଗୁରୁଙ୍କ ଆଶ୍ରମରେ ବେଦଜ୍ଞାନ ପ୍ରାପ୍ତି ହେଲା । ଏହା ପରେ ସେ ଭାରତ ଭ୍ରମଣରେ ବାହାରିଲେ ଏବଂ ଦେଶର ୪ ଭାଗରେ ୪ ପୀଠ ସ୍ଥାପନା କଲେ ! କୁହାଯାଏ, ଶଙ୍କରାଚାର୍ଯ୍ୟ ୩ ଥର ଭାରତ ଭ୍ରମଣ କରିଥିଲେ। । ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଏକତା ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟ ବିଶେଷ ବ୍ୟବସ୍ଥା କରିଥିଲେ !
BREAKING NEWS
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ
- India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ

Comments are closed.