ଦୁବାଇ: ଦୁବାଇରେ ରହୁଥିବା ୪ ବର୍ଷୀୟା କ୍ୟାନସର ପୀଡିତ ଭାରତୀୟ ଝିଅ ଶିବାନୀ କରୋନାକୁ ମାତ୍ ଦେଇଛନ୍ତି ।
ୟୁଏଇରରେ କରୋନାରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଶିବାନୀ ସର୍ବକନିଷ୍ଠ ବୋଲି ପିଟିଆଇ ଏକ ମିଡିଆ ରିପୋର୍ଟରେ କହିଛି।
ଶିବାନୀ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏପ୍ରିଲ ୨ ରେ ଫୁଟାଇମ ହେଲଥ ହବରେ ଭର୍ତ୍ତି ହୋଇଥିଲେ। ଏହି କରୋନା ଭୂତାଣୁ ତାଙ୍କ ମାଆଙ୍କ ପାଖରୁ ତାଙ୍କୁ ବ୍ୟାପିଥିବା କୁହାଯାଉଛି । ଯିଏକି ଜଣେ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀ ବୋଲି ଗଲ୍ଫ ନ୍ୟୁଜ୍ ରିପୋର୍ଟରେ ପ୍ରକାଶ କରିଛି।
କୌଣସି ଲକ୍ଷଣ ନଥିଲେ ମଧ୍ୟ ଉଭୟ ଶିବାନୀ ଏବଂ ତାଙ୍କ ପିତାଙ୍କୁ ପରୀକ୍ଷା କରାଯାଇଥିଲା। ଉଭୟ ଶିବାନୀ ଓ ତାଙ୍କ ପିତା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
Comments are closed.