ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମା ଓ ମାତୃଭୂମୀ ଆଗ ମନକୁ ଆସିଥାଏ । ସେମାନେ ସମସ୍ତେ ଆମ ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ ।
ବାହାରୁ ଲୋକ ଆସିଲେ ପଜିଟିଭ୍ ସଂଖ୍ୟା ବଢିବ । କିନ୍ତୁ ରାଜ୍ୟବାସୀଙ୍କ ସରକାରକୁ ପୁରା ସହଯୋଗ କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସାବଧାନ ରହିବା ଏବଂ ଧୌର୍ଯ୍ୟ ରଖିବା । ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟେସନ କରିବା । ସେମାନଙ୍କୁ କ୍ୱାରେଂଟାଇନରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା ।
ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବେ । ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ । ଆପଣମାନଙ୍କ ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇପାରେ । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ୍ ଦ୍ୱାରା ସମସ୍ୟା ୧୦୦ ଗୁଣ ବଢିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
BREAKING NEWS
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

Comments are closed.