Latest Odisha News

BREAKING NEWS

ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରିଷି କପୁର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ଦିନ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିଷିଙ୍କ ବଡ ଭାଇ ରାନ୍ଧୀର କପୁର ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ୬୬ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ ଥିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ପ୍ରାୟ ଏକ ବର୍ଷ ଧରି ସେ ଆମେରିକାରେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ।

ଏହିଭଳି ଇନଫେକ୍ସନ ପାଇଁ ରିଷି ପୂର୍ବରୁ ଥରେ ଦିଲ୍ଲୀରେ ଏବଂ ଥରେ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Comments are closed.