Latest Odisha News

BREAKING NEWS

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ମେ’୧୭କୁ ବଢିଲା ସମୟସୀମା

ଭୁବନେଶ୍ୱର: ବଢିଲା ଲକ୍‌-ଡାଉନ୍ ଅବଧି । ଲକ୍‌-ଡାଉନ୍ ରେସିପିକୁ ଓଡିଶା ସମେତ ସାରା ଦେଶରୁ ମିଳିଛି ଭରପୁର ପ୍ରଶଂସା ସହ ସକରାତ୍ମକ ପ୍ରତିକ୍ରିୟା । ଏଥିରେ ସାମିଲ ହେବା ନେଇ ଲୋକଙ୍କ ଆଗ୍ରହ ଦିନକୁଦିନ ବଢିବାରେ ଲାଗିଛି । ଲୋକଙ୍କ ଅନୁରୋଧକୁ ରକ୍ଷା କରି ଶୋ’ ରେ ଭିଡିଓ ଓ ଫଟୋ ପଠାଇବାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ମେ’ ୧୭ ପର୍ଯ୍ୟନ୍ତ  ଆପଣ ନିଜ ରେସିପିର ଭିଡିଓ ଓ ଫଟୋ ଆମ  ନିକଟକୁ contentobos@gmail.com  ରେ  ପଠାଇପାରିବେ ।

ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକେରିକମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ନିଜ ମନପସନ୍ଦ ରେସିପିର ଭିଡିଓ କିମ୍ବା ଫଟୋ ଆମ ନିକଟକୁ ପଠାଇ ଭାଗ୍ୟଶାଳୀ ବିଜେତା ଭାବେ ଜିତନ୍ତୁ ଲାଲଚନ୍ଦ ଜ୍ୱେଲର୍ସ ତରଫରୁ ଆକର୍ଷଣୀୟ ଡାଇମଣ୍ଡ ଲକେଟ୍ ।

ଶୋ’ର ନିର୍ଦ୍ଦେଶାବଳୀ:
ସମସ୍ତ ବର୍ଗର ବ୍ୟକ୍ତି ବିନା କୌଣସି ବୟସ ସୀମା ଓ ନିଃଶୁଳ୍କରେ ଭାଗ ନେଇପାରିବେ ।
ଭିଡିଓ ସୁଟ୍ କଲାବେଳେ ପ୍ରଥମେ ନିଜ ନାଁ, ସ୍ଥାନ , ପେଶା ଓ ରେସିପି ବିଷୟରେ ଜଣାଇବେ ।
ରାନ୍ଧିଲାବେଳେ ରେସିପିର ପ୍ରସ୍ତୁତି ପ୍ରଣାଳୀ ସ୍ପଷ୍ଟ ଭାବେ ପ୍ରକାଶ କରିବେ ।
ସୁଟିଂ କରିବା ପୂର୍ବରୁ ସମସ୍ତ ସାମଗ୍ରୀ ପ୍ରସ୍ତୁତ ରଖିବେ (ସମୟ ବଂଚାଇବା ପାଇଁ) ।
ଭିଡିଓର ସମୟ ସୀମା ୧୦ରୁ ୧୫ ମିନିଟ୍ ମଧ୍ୟରେ ସୀମିତ ରଖିବେ ।
ଭିଡିଓ ବଦଳରେ ୧୫ଟି ଫଟୋ ସହ ଏକ ସେଲ୍‌ଫି ଭିଡିଓରେ ରେସିପିର ବିବରଣୀ ଦେବେ ।
ବିନା ଏଡିଟିିଂରେ ଭିଡିଓ ପଠାଇବାକୁ ଅନୁରୋଧ ।
ବିଜେତାଙ୍କୁ ଜୁରି ମେମ୍ବର ଚୟନ କରିବେ ।

ଜିତିବାର ମାପଦଣ୍ଡ:
ୟୁ ଟ୍ୟୁବ୍‌ରେ ସବୁଠୁ ଅଧିକ ଲାଇକ୍ ମିଳିଥିବା ଭିଡିଓ ବିଜେତା ସାବ୍ୟସ୍ତ ହେବ ।
ରେସିପିର ପ୍ଲେଟିଂ ଓ ଭିନ୍ନ ପ୍ରସ୍ତୁତି ପ୍ରଣାଳୀ ।

ଉପସ୍ଥାପନା:
ପ୍ରତିଯୋଗୀଙ୍କ ସୁନ୍ଦର ଉପସ୍ଥାପନା ଓ ସଂଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଓଡିଆ, ହିନ୍ଦୀ ଓ ଇଂଗ୍ଲିଶ ଭାଷାରେ ପ୍ରତିଯୋଗୀ ଉସ୍ଥାପନା କରିପାରିବେ ।
ପ୍ରତିଯୋଗୀତାରେ ସାମିଲ ହେବା ପାଇଁ ଭିଡିଓ ପଠାଇବାର ଶେଷ ତାରିଖ ମେ’ ୧୭, ୨୦୨୦

Leave A Reply

Your email address will not be published.