Latest Odisha News

BREAKING NEWS

ଆଜିଠୁ ଆରମ୍ଭ ରଥକାର୍ଯ୍ୟ; ରଥଖଳାରୁ ଶୁଭିବ ନିହାଣ ମୁନର ଶବ୍ଦ !

ପୁରୀ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ଅନ୍ତ ଘଟିଛି। ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗିନାଲ ପରେ ଶୁକ୍ରବାର ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵକର୍ମା ମହାରଣାଙ୍କ ସହ ରାତାରାତି ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି। ଆଜି ସକାଳ ୮ ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଜଣାପଡିଛି ।

ରଥଖଳାରେ ଶ୍ରୀ ଜିଉଙ୍କ ରଥ ନିର୍ମାଣକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି ।

ଲକ୍ ଡାଉନ ନିୟମ ଓ ସାମାଜିକ ଜୂରତ୍ୱ ନିୟମ ମାନି କରାଯିବା ସହିତ କୌଣସି ଧାର୍ମିକ ସମାବେଶ ନ କରିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି ।ସେହିଭଳି ରଥ ନିର୍ମାଣ ସ୍ଥଳକୁ ବ୍ୟାରିକେଡ କରି ସାଧାରଣ ଲୋକଙ୍କୁ ଏଠାରୁ ଦୂରେଇ ରଖିବା ପାଇଁ କୁହାଯାଇଛି ।

ତେବେ ଆଜିଠାରୁ ରଥ ନିର୍ମାଣ ହେବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Comments are closed.