Latest Odisha News

BREAKING NEWS

କାଳ ବୈଶାଖୀର ତାଣ୍ଡବ ଲୀଳା: ଉଜାଡ଼ିଲା ଡାଳୁଅ ଧାନ, ଭାଙ୍ଗିଲା ଘରଦ୍ୱାର

ସୁବର୍ଣ୍ଣପୁର: ଲକ ଡାଉନ ବେଳାରେ କାଳ ବୈଶାଖୀ ତାଣ୍ଡବ ଲୀଳା ଦେଖାଇଛି ସୁବର୍ଣ୍ଣପୁର ଜିଲ୍ଲାରେ । ବର୍ଷା ସାଙ୍ଗକୁ ଝଡତୋଫାନ ଯୋଗୁଁ ଉଜୁଡିଲା  ଫସଲ ।

କାଳ ବୈଶାଖୀର ମହାତାଣ୍ଡବରେ  ଜିଲ୍ଲାର  ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଲଗାତାର ଦୁଇ ଦିନ ଧରି  କାଳ ବୈଶାଖୀ ହେବା ଯୋଗୁଁ ଏକର ଏକର ଡାଲୁଅ ଧାନ  ନଷ୍ଟ ହୋଇଥିବା ବେଳେ ଏବେ ଝଡ ତୋଫାନ ଅଦିନିଆ ବର୍ଷା ଓ କୂଆ ପଥର ମାଡରେ  ଚାଷୀ ଙ୍କ ସ୍ଥିତି କୁ ଅସମ୍ଭାଳ କରିଦେଇଛି । ଏପରିକି ଜିଲ୍ଲାର ବିଭିନ୍ନ ଗାଁରେ ଘରଦ୍ବାର ମଧ୍ୟ ନଷ୍ଟ ହୋଇଯାଇଛି ।

ସୁବର୍ଣ୍ଣପୁର  ଜିଲ୍ଲା ରେ ଗତ ଦୁଇ ଦିନ ହେବ କାଳ ବୈଶାଖୀ ତାଣ୍ଡବ ଲୀଳା ଦେଖାଇଛି । ଦୁଇ ଦିନ କାଳ ଲଗାତାର କାଳ ବୈଶାଖୀ ଓ ଝଡ ତୋଫାନ ଯୋଗୁଁ ଚାଷୀ ମୁଣ୍ଡ ରେ ଚଡକ ପଡିଛି । ଜିଲ୍ଲା ର ଛଅଗୋଟି  ବ୍ଲକ ରେ କ୍ଷତିଗ୍ରସ୍ତ ହୋଇଛି ଚାଷୀ ର ପାଚି ଆସିଲା ସମୟରେ ଧାନ ଫସଲ ।

ଶହ ଶହ ଏକର ଡାଳୁଅ ଧାନ ଏହି ଅଦିନିଆଁ ବର୍ଷାରେ ନଷ୍ଟ ହୋଇଛି ।ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଅଦିନିଆ ବର୍ଷା ଓ ଝଡତୋଫାନ ଯୋଗୁଁ ଜିଲ୍ଲାରେ  ଜିଲ୍ଲାର ସଦର ବ୍ଲକ ଓ ବୀରମହାରାଜପୁର ବ୍ଲକର ଚାଷୀ ଙ୍କ ସ୍ଥିତି କୁ ଦୋହଲି ଯାଇଛି । ଫଳରେ ଶହ ଶହ ଏକର ଧାନ ଗଛ ସହ ଘରଦ୍ବାର ନଷ୍ଟ ହୋଇଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅମଳ ହେବାକୁ ଥିବା ଧାନ ଝଡି ବ୍ୟାପକ କ୍ଷୟକ୍ଷତି   ହୋଇଛି ।

ବାରମ୍ବାର ପ୍ରାକୃତିକ ବିପର‌୍ୟ୍ୟୟ ଯୋଗୁଁ ବ୍ୟାପକ ପରିମାଣରେ ଫସଲହାନି ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ଜିଲ୍ଲାର ଆଗାମି ୧୫ ତାରିଖରେ ଧାନ ମଣ୍ଡି ଖୋଲା ଯିବାକୁ ଥିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଅମଳ ଧାନ କିପରି ବିକିବ ସେ ସେନେଇ ଚାଷୀ ଚିନ୍ତାରେ ପଡିଯାଇଛି ।

ଚାଷୀ ମାନଙ୍କ ମଧ୍ୟରେ କିଏ ଋଣ କରିଥିଲେ ତ ଆଉ କିଏ ଧାର କରଜ କରି ଚାଷ କରିଥିଲେ । ସେପଟେ ଲକଡାଉନ ଯୋଗୁଁ ଚାଷୀ ନିଜ ବିଲକୁ ବି ଯାଇ ପାରୁ ନ ଥିଲା ।ସରକାର ନିର୍ଦ୍ଦେଶ ଦେବା ପରେ ଏବେ ଅମଳ ପାଇଁ ଚାଷୀ ଯିବା ବେଳେ ପ୍ରାକୃତିକ ବିପର‌୍ୟ୍ୟୟର ଶିକାର ହୋଇଛି । ଏବେ ଚାଷୀ ମାନେ ସରକାରୀ କ୍ଷତି ପୂରଣ ଦାବି କରିଛନ୍ତି ।

Leave A Reply

Your email address will not be published.