Latest Odisha News

BREAKING NEWS

ଆଣ୍ଡାମାନରେ ଓଡ଼ିଆ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ରଙ୍କ ଦେହାନ୍ତ

ଯାଜପୁର: ଓଡ଼ିଆ ବୈଜ୍ଞାନିକ ତଥା ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଣ୍ଡାମାନ ସ୍ଥିତ ବ୍ରୁକସାବାଡ କ୍ୟାମ୍ପସରେ ମହାସାଗରୀୟ ଅଧ୍ୟୟନ ଓ ସାମୁଦ୍ରିକ ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଜୟନ୍ତ କୁମାର ମିଶ୍ରଙ୍କର ଅକାଳ ବିୟୋଗ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ମଧୁମେହ ରୋଗରେ ପୀଡିତ ସ୍ବର୍ଗତଃ ମିଶ୍ର ପୋର୍ଟବ୍ଲେୟାରର ଜି.ବି.ପନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଚଳିତ ମାସ ୫ ତାରିଖରେ ମୃତ୍ୟୁ ବରଣ କରିଥିଲେ।

ସୂଚନାନୁସାରେ, ସ୍ବର୍ଗତଃ ମିଶ୍ର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ପୁର ଗ୍ରାମର ଭରତଚନ୍ଦ୍ର ମିଶ୍ର ଓ ସ୍ବର୍ଗତା ସଚୀଦେବୀଙ୍କ ପୁତ୍ର ଅଟନ୍ତି।

ସେ ରାମବାଗ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରି ଯାଜପୁରର ଏନ୍. ସି. କଲେଜରେ ବି.ଏସ୍ ସି. ପଢିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଏମ୍.ଏସ୍ ସି. , ଏମ୍. ଫିଲ୍ . ଓ ପିଏଚ୍ .ଡି. ଏବଂ ଜାପାନର ନାଗାସାକୀ ବିଶ୍ବବିଦ୍ୟାଳୟରୁ ଡି୍.ଏଫ୍ ସି. ଡିଗ୍ରୀ ହାସଲ କରିଥିଲେ। ଏପରିକି ଉଚ୍ଚତର
ମହାସାଗରୀୟ ଗବେଷଣା ପାଇଁ ସେ ବିଭିନ୍ନ ଦେଶ ମଧ୍ୟ ଭ୍ରମଣ କରିଥିଲେ।

ତାଙ୍କର ବହୁ ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ତାଙ୍କର ପ୍ରମାଣିତ ଫିଲ୍ମ୍ ମଧ୍ୟରୁ ନୀଳ ରକ୍ତ କଙ୍କଡା ଉପରେ କରାଯାଇଥିବା “ଦି ସର୍ଭାଇବର” ଜାତୀୟ ପୁରସ୍କାର ଲାଭ କରିଥିଲା।

Comments are closed.