ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।
ନିକଟରେ ସେଲଫି ପାଇଁ ଅନୁରୋଧ କରିଥିବା ଜଣେ ପ୍ରଶଂସକଙ୍କ ସହ ରାନୁଙ୍କ ଅହଂକାରୀ ଆଚରଣ ହିମେଶଙ୍କୁ ଆଦୋୖ ପସନ୍ଦ ଆସି ନାହିଁ। ଯେତେବେଳେ ରାନୁଙ୍କ ଗୀତକୁ ପ୍ରଶଂସା କରାଯାଇଥିଲା, ହିମେଶ ଏଥିପାଇଁ ଶ୍ରେୟ ଅର୍ଜନ କରିଥିଲେ । କିନ୍ତୁ, ଯେତେବେଳେ ରାନୁ ତାଙ୍କର ଅହଂକାରୀ ଆଚରଣ ପାଇଁ ସବୁଆଡ଼େ ସମାଲୋଚିତ ହେଲେ, ସେତେବେଳେ ତାଙ୍କୁ କାମ ଦେଇଥିବା ଯୋଗୁଁ ହିମେଶ ସବୁଠି ସମାଲୋଚିତ ହେଲେ ।
ବୋଧହୁଏ, ରାନୁଙ୍କୁ ରାତାରାତି ତାରକା ବନେଇଥିବା ହିମେଶ ଏହାକୁ ସହ୍ୟ କରି ପାରି ନାହାନ୍ତି । ଏକ ସାକ୍ଷାତକାରରେ ଯେତେବେଳେ ହିମେଶଙ୍କୁ ରାନୁଙ୍କ ପରିବର୍ତ୍ତିତ ଆଚରଣ ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ତାଙ୍କ ବିଷୟରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ଯେତେବେଳେ ହିମେଶଙ୍କୁ ପଚରାଗଲା ଯେ ସେ ରାନୁଙ୍କୁ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ସାଇନ୍ କରିବାକୁ ଯାଉଛନ୍ତି, ହିମେଶ ରାଗିଯାଇ କହିଲେ ଯେ, “ଆପଣ ମୋର ମ୍ୟାନଜର ନୁହନ୍ତି ଯେ ଏହା ବିଷୟରେ ନିଷ୍ପତ୍ତି ନେବେ” ।
ହିମେଶଙ୍କ ଏଭଳି ଉତ୍ତର ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ସେ ରାନୁଙ୍କ ଉପରେ ଅତ୍ୟଧିକ ଅସନ୍ତୁଷ୍ଟ ଏବଂ ଭବିଷ୍ୟତରେ ତାଙ୍କୁ ସହ କୌଣସି କାର୍ଯ୍ୟ ମଧ୍ୟ କରିନପାରନ୍ତି।