Latest Odisha News

BREAKING NEWS

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଚାଉଳାସୁଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଥିସହିତ ଅତ୍ୟନ୍ତ ବିପଦଜନକ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାଇ ନଈ ପାର ହେବା ଘଟଣା ପୁଣିଥରେ ନଜରକୁ ଆସିଛି ।

ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାଉଳାସୁଲି ନିକଟସ୍ଥ ଏକ ଗାଁରେ ଜଣେ ପ୍ରସୂତି ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା ।

ଅନ୍ୟପକ୍ଷରେ ଗାଁକୁ ଯାତାୟାତ ପାଇଁ ରାସ୍ତା ନଥିବା ବେଳେ ନଈ ପାର ହୋଇ ମୁଖ୍ୟ ରାସ୍ତାକୁ ଆସିବାକୁ ପଡିଥାଏ । ଏଥିସହିତ ଆମ୍ବୁଲାନ୍ସ ଆସି ନଈ ଆରପଟେ ଠିଆ ହୋଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆରେ ପ୍ରାୟ ୧ କିଲୋମିଟର ବୋହି ନେଇ ନଈ ପାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା ।

ତେବେ ଅବସ୍ଥା ଗୁରୁତର ହେବାରୁ ଉକ୍ତ ମହିଳା ଜଣଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.