ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ ବୋଲି ମତ ପ୍ରକାଶ କରିଥିବାରୁ ଏଥି ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ମୋଦି ।
ତେବେ ଆମ ଜୀବନ କରୋନା ସଂକ୍ରମଣ ଚାରିପାଖେ ଘୂରି ନ ବୁଲିବା ପାଇଁ ନିଶ୍ଚିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥି ସହିତ ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ପରସ୍ପର ଠାରୁ ଦୁଇ ଗଜ ଦୂରତା ରକ୍ଷା କରିବା ଭଳି ସତର୍କତାମୂଳକ ଉପାୟ ଅବଲମ୍ବନ କରି ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଆଜିର ସମ୍ବୋଧନରେ ଆଗକୁ ଆସିବାକୁ ଥିବା ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଭିନ୍ନ ଓ ନୂଆ ପ୍ରକାରର ହେବ ବୋଲି ସେ କହିଛନ୍ତି ।
Comments are closed.