Latest Odisha News

BREAKING NEWS

ରିଲିଜ ହେଲା ପ୍ରାମାଣିକ ଚଳଚ୍ଚିତ୍ର, ‘ଐତିହ୍ୟର ଅନ୍ତରାଳେ ବାଳକାଟୀ’

ଭୁବନେଶ୍ୱର: ନିଜର ଜନ୍ମ ମାଟିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ, ଗୌରବ ଓ ସ୍ୱାଭିମାନ ଉପରେ  ନିର୍ମିତ ‘ଐତିହ୍ୟର ଅନ୍ତରାଳେ ବାଳକାଟୀ’ ଚଳଚ୍ଚିତ୍ର ଲୋକ ଲୋଚନକୁ ଆସିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମଗ୍ର ବାଳକାଟୀ ଅଞ୍ଚଳ ପାଇଁ ଏହା ଏକ ଖୁସି ଖବର ଓ ଗର୍ବ ଏବଂ ଗୌରବର ବିଷୟ  । ଏହି ଚଳଚ୍ଚିତ୍ରରେ ନିର୍ଦେଶନା  ଦେଇଛନ୍ତି ବାଳକାଟୀ ଅଞ୍ଚଳର ଖ୍ୟାତନାମା ଯୁବ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ।
ଦୀର୍ଘ ପନ୍ଦର ବର୍ଷ ଧରି ବାଳକାଟୀ ଉପରେ ଗବେଷଣା କରିଥିବା  କାଳନ୍ଦୀ ଚରଣ ସାହୁ ଏହାର ପ୍ରାମାଣିକ ତଥ୍ୟ  ସମ୍ବଳିତ ସ୍କ୍ରିପ୍ଟ ରଚନା କରିଛନ୍ତି । ଏହି ଚଳଚ୍ଚିତ୍ରର ସଫଳତାରେ ସହକାରୀ ନିର୍ଦ୍ଦେଶକ ହରିଶ ମହାନ୍ତି, ସୂରଜ ପଟ୍ଟନାୟକ ପୂର୍ଣ ସହଯୋଗ କରିଛନ୍ତି । କ୍ୟାମେରା ଦାୟିିତ୍ୱ ତୁଲାଇଛନ୍ତି ବିଷ୍ଣୁ ପ୍ରସାଦ ମହାନ୍ତି ।
କବୟିତ୍ରୀ ଡଃ ଗୌରୀ ଶତପଥୀ ଗୀତ ରଚନା କରିଥିଲା ବେଳେ, ସ୍ୱୟଂସିତା ସାହୁ ସ୍ୱର ପ୍ରଦାନ କରିଛନ୍ତି । ବିଶେଷ କରି ବାଳକାଟୀର ଉଦୀୟମାନ ଯୁବକ ମାନଙ୍କ ଦ୍ବାରା ଗଠିତ ଭାର୍ଗବୀ ମହୋତ୍ସବ, ବାଳକାଟୀ କମିଟିର ସମସ୍ତ ସଭ୍ୟ ସଭ୍ୟା ମାନଙ୍କ ଉଦ୍ୟମରେ ଏହି ସୁନ୍ଦର ପ୍ରାମାଣିକ ଚଳଚିତ୍ରଟି ଆଜି ଲୋକଲୋଚନକୁ ଆସି ପାରିଛି।
ବାଳକାଟୀ ଅଞ୍ଚଳର ନାମକରଣର ଗୁରୁତ୍ୱ ଏହାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଓ ମହାନତା ସଂପର୍କରେ ଅନେକ ଗୁଡିଏ ଅନାଲୋଚିତ ତଥ୍ଯ ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକ ଲୋଚନକୁ ଆଣି ବାଳକାଟୀ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରରେ ଏକ ଗୌରବମୟ ପରିଚିତି ସୃଷ୍ଟି କରିବା ପାଇଁ ଏଥିରେ ପ୍ରୟାସ କରା ଯାଇଛି।
Leave A Reply

Your email address will not be published.