Latest Odisha News

BREAKING NEWS

ଭାରତ ଫେରିବେ ମାଲ୍ୟା, ସମସ୍ତ ଆଇନଗତ ବିକଳ୍ପ ଶେଷ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ସେ ଉଦ୍ୟମ କରିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇ ଯାଇଥିବାରୁ ଏଥର ଭାରତ ଫେରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।  ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ  ମାଲ୍ୟା ବ୍ରିଟେନର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ୨୦ ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ମାଲ୍ୟା ନିଜର ମାମଲା ହାରିବା ପରେ ଏହି ପଦକ୍ଷେପ ନେଇଥିଲେ ।

ବ୍ରିଟିଶ ନିୟମ ଅନୁସାରେ ହାଇକୋର୍ଟଙ୍କ ରାୟର ୨୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରିହେବ । ଏହି ସମୟସୀମା ଶେଷ ହେବା ପୂର୍ବରୁ ହିଁ ମାଲ୍ୟା ଆବେଦନ କରିଥିବା ବେଳେ ଆଜି ବ୍ରିଟେନର ସୁପ୍ରିମ କୋର୍ଟ ମାଲ୍ୟା ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି । ଫଳରେ ସେ ଭାରତ ଆସିବା ଲାଗି ବାଟ ପରିଷ୍କାର ହୋଇଯାଇଛି । ମାଲ୍ୟାର ଆବେଦନକୁ ଖାରଜ କରାଯିବା ପରେ ତା’ ପାଖରେ ଏବେ ନିଜର ପ୍ରତ୍ୟାର୍ପଣକୁ ଅଟକାଇବା ପାଇଁ କୌଣସି ଆଇନଗତ ବିକଳ୍ପ ବାକି ନାହିଁ ଏବଂ ଏହି ଆବେଦନ ଖାରଜ ହେବା ପରେ ତା’ ପାଖରେ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ମାତ୍ର ୨୮ଦିନ ବାକି ରହିଯାଇଛି ।

Leave A Reply

Your email address will not be published.