Latest Odisha News

BREAKING NEWS

ଭଲ ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟାରେ ଦିନକୁ ଦିନକ ବଢ଼ୁଥିବା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଏକ ଭଲ ଖବର । ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଗଂଜାମର ୧୯, ଯାଜପୁରର ୩ ଏବଂ ବାଲେଶ୍ୱରର ୨ଜଣ । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ପ୍ରାୟ ୨୨୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

Comments are closed.