ଭୁବନେଶ୍ୱର : ଅତି ଭୀଷଣ ଝଡ ବାତ୍ୟାର ରୂପ ନେଲା ଅମ୍ପାନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ଏହା ପାରାଦୀପଠାରୁ ୯୬୦ କିଲୋମିଟର ଦୂରରେ ଥିବା ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା ।
ଆସନ୍ତାକାଲି ସନ୍ଧ୍ୟାରୁ ଓଡିଶାର ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ତା ପର ଦିନ ଅର୍ଥାତ ୧୯ ତାରିଖରେ ବର୍ଷା ଲାଗି ରହିବ । ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବ । ୨୦ ତାରିଖ ସକାଳୁ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଏହି ଦିନ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ଭିିତରେ ରହିବ ବୋଲି ସୂଚନା ଦିଆଯାଇଛି ।
୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ୪ଟି ଜିଲ୍ଲା ତଥା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକରେ ବିପଦ ଅଧିକ ଥିବାରୁ ଏସବୁ ଜିଲ୍ଲା ଉପରେ ତୀକ୍ଷ୍ଣ ନଜର ରହିଥିବା ପ୍ରଦୀପ ଜେନା କହିଛନ୍ତି ।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଉଦ୍ଧାରକାରୀ ଦଳ ପଠାଯାଇଛି । ୧୫ଟି ଓଡ୍ରାଫ ଟିମ୍ ଓ ୧୦ଟି ଏନଡିଆରଏଫ୍ ୟୁନିଟ୍ଙ୍କୁ ମୁତୟନ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।
Comments are closed.