ବ୍ରହ୍ମପୁର : ଓଡିଶା ମିଡିଆରେ କାମ କରୁଥିବା ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା ।
ଗତ କିଛି ବର୍ଷ ହେବ ସେ ଜିହ୍ୱା କ୍ୟାନସରରେ ପୀଡିତ ହୋଇଥିଲେ । ଚିକିତ୍ସା ପରେ ଭଲ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଥରେ ତାଙ୍କଠାରେ ଏହି ରୋଗ ପରିଲକ୍ଷିତ ହୋଇଥିଲା । ଏଣୁ ଏମକେସିଜିରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କ ନୀଳକଣ୍ଠ ନଗର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କ ପରଲୋକରେ ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ରାଜନେତା ତଥା ବୁଦ୍ଧିଜୀବୀ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
Comments are closed.