Latest Odisha News

BREAKING NEWS

ଲକଡାଉନ: ପୁଅ ପାଇଁ ବ୍ୟାଟ ଛାଡି କଇଁଚି ଧରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ଦୁନିଆର କିମ୍ବଦନ୍ତୀ ଖେଳାଳୀ ସଚିନ୍ ତେନ୍ଦୁଲକର । ଏହି ବାମହାତୀ ବ୍ୟାଟ୍ସମାନ ଜଣଙ୍କ ପୁଣି ଥରେ ନିଜ ବାମ ହାତକୁ ଭଲ ବ୍ୟବହାର କରିଛନ୍ତି। ସାଚୀନଙ୍କ ଯେଉଁ ବାମ ହାତ ଉପରେ ଦିନେ ଭାରତ ଏତେ ଆଶା ରଖୁଥଲା। କିନ୍ତୁ ଏଥର ଏହି ବାମ ହାତରେ ସେ ବ୍ୟାଟ୍ ବଦଳରେ ରହିଛି କଇଁଚି ଏବଂ ପଡିଆଟି ବଦଳରେ ରହିଛି ତାଙ୍କ ପୁଅ ମୁଣ୍ଡରେ ଥିବା ଅତ୍ୟଧିକ କେଶ।

କ୍ରିକେଟ ଦୁନିଆର ଏହି ମହାନ ଖେଳାଳୀ ତାଙ୍କର ୨୦ ବର୍ଷର ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଚୁଟି କାଟୁଥିବାର ଏକ ଭିଡ଼ିଓ ସେ ନିଜେ ଇନଷ୍ଟାଗ୍ରାମର ସେୟାର କରିଛନ୍ତି। ଲକଡାଉନ୍ କାରଣରୁ ସେଲୁନ୍ ବନ୍ଦ ହୋଇ ରହିଥିବାରୁ ପୁଅ ଅର୍ଜୁନର ଚୁଟି କାଟୁଛନ୍ତି ସଚିନ। ସଚିନ୍ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି: “ଜଣେ ବାପା ଭାବରେ ତୁମେ ସବୁକିଛି କରିବା ଆବଶ୍ୟକ, ତୁମ ପିଲାମାନଙ୍କ ସହିତ ଖେଳ ଖେଳିବା, ସେମାନଙ୍କ ସହିତ ଜିମ୍ କରିବା କିମ୍ବା ତାଙ୍କ କାରଣରୁ ସେମାନଙ୍କ କେଶ କାଟିବା । ”

ଏହି ଭିଡ଼ିଓରେ ସଚିନ ତାଙ୍କ ଝିଅ ସାରାଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାଁନ୍ତି, ଯିଏ ତାଙ୍କୁ ଅର୍ଜୁନଙ୍କ କେଶ କାଟିବା କାର୍ଯ୍ୟରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.