Latest Odisha News

‘ଅମ୍ଫାନ’ ଭୟ: ଲୁହା ଚେନ୍‌ରେ ବନ୍ଧାଗଲା ଟ୍ରେନ୍‌ର ବଗି

କୋଲକତା: ମହାବାତ୍ୟା ‘ଅମ୍ଫାନ’ର ପ୍ରଭାବ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ଅନୁଭତି ହେଲାଣି । ଧୀରେ ଧୀରେ ଏହାର ବେଗ ବଢ଼ିଲାଣି । ଆଜି ଅପରାହ୍ଣ ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ । ତେବେ ଅମ୍ଫନା ଭୟରେ ହାୱଡା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ ।

ରେଳ ଡବାଗୁଡ଼ିକୁ ମୋଟା ଲୁହା ଚେନ୍‌ରେ ବନ୍ଧା ଯାଇଛି। ବାତ୍ୟାରେ ରେଳବଗି ଗୁଡ଼ିକର ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି । ରେଳ ବିଭାଗ ପକ୍ଷରୁ ହାୱଡ଼ାର ଶାଲିମାର ସାଇଣ୍ଡିଂରେ ଥିବ ରେଳବଗି ଗୁଡ଼ିକୁ ଲୁହା ଚେନ ସହ ତାଲା ଦ୍ୱାରା ବାନ୍ଧିବା ପାଇଁ ବ୍ୟବସ୍ଥା କରାଯାଇଛି।

ଅମ୍ଫାନ ପ୍ରଭାବରେ ଘଣ୍ଟା ପ୍ରତି ୧୫୫ରୁ ୧୮୫କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ। ଭାରତ ପାଣିପାଗ ବିଭାଗ ଅନୁସାରେ, ପଶ୍ଚିମବଙ୍ଗ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ସମୁଦ୍ରରେ ଚାରିରୁ ପାଞ୍ଚ ମିଟର ଉଚ୍ଚରେ ଲହଡ଼ି ଉଠିବ। ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌ର ୧୯ଟିମ୍‌କୁ ପଶ୍ଚିମବଙ୍ଗ ଓ ୧୫ଟି ଟିମ୍ ଓଡ଼ିଶାରେ ନିୟୋଜିତ କରାଯାଇଛି। ସେହିପରି ଆବଶ୍ୟକ ପଡ଼ିଲେ ଯେପରି ଏୟାରଲିପ୍ଟ କରି ପହଞ୍ଚା ଯାଇ ପାରିବ ସେଥିପାଇଁ ୬ଟି ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି ।

Comments are closed.