Latest Odisha News

୨୫ରୁ ଉଡିବ ଘରୋଇ ବିମାନ, ଏସ୍‌ଓପି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । କରୋନା ପରିପ୍ରେକ୍ଷିରେ ଘରୋଇ ବିମାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।

ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ରହିଛି । ବିମାନ ଉଡାଣର ୪ ଘଂଟା ପୂର୍ବରୁ ବିମାନବନ୍ଦରରେ ପହଚିଂବେ ଯାତ୍ରୀ । ସାମାଜିକ ଦୂରତା ରକ୍ଷା କରି ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରିବା ସହିତ ଟ୍ରାଫିକ ପୁଲିସ ଓ ସିଆଇଏସଏଫ ଦ୍ୱାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ ରହିଛି ।

ଏହାସହ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ସହିତ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ କଲାବେଳେ ଯାତ୍ରୀଙ୍କ ର୍ଥମାଲ ସ୍କ୍ରିନିଂକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ବିମାନବନ୍ଦରରରୁ ଯାତ୍ରୀ ଘରକୁ ଯିବା ପାଇଁ ଟ୍ୟାକ୍ସି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭିଭି ରାଓ ।

କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ ଲାଇନ୍ ପାଳନ କରାଯିବ । କେଉଁ ଅଂଚଳକୁ ବିମାନ ଉଡିବ ସନ୍ଧ୍ୟା ସୁଦ୍ଧା ଜଣାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ। ଏହାସହ ଭୁବନେଶ୍ୱର ବିମାନବନ୍ଦରକୁ ସଂପୂର୍ଣ୍ଣ ଭାବେ ଟଚ୍ ଫ୍ରି କରାଯିବ ।

Comments are closed.