Latest Odisha News

ଲଦାଖ ପରିଦର୍ଶନରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ଠାରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇଛି । ଚୀନ୍ ସହ ଅମୀମାଂଶିତ ସୀମା ନିରାପତ୍ତା ସ୍ଥିତି ସମୀକ୍ଷା କରିବାକୁ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଲଦାଖ ପରିଦର୍ଶନରେ ଯାଇଥିଲେ ।  ‌ଜେନେରାଲ୍ ନରୱଣେ ଭାରତୀୟ ସେନାର ଫର୍‌ୱାର୍ଡ ପୋଶ୍ଚର୍, ନର୍ଦନ୍ କମାଣ୍ଡ୍ ଚିମ୍ ଲେଫ୍‌ଟ୍‌ନାଣ୍ଟ୍ ଜେନେରାଲ୍ ୱାଇ କେ ଯୋଶୀ ଏବଂ ଲେହ୍ ଠାରେ ଅବସ୍ଥିତ ୧୪ କର୍ପସ୍ କମାଣ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ କ୍ଷେତ୍ର ପରିସ୍ଥିତି ସମୀକ୍ଷା କରିଥିଲେ ।

ମେ ୫ ଓ ୬ ତାରିଖ ଦିନ ପାଙ୍ଗଙ୍ଗୋଗ୍ ସୋ ଠାରେ ଭାରତ ଓ ଚୀନ୍ ‌ଯବାନମାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ହେବା ପରେ ବିଶେଷକରି ଲଦାଖର ଗଲ୍‌ୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ଅତିରିକ୍ତ ସେନା ମୁତୟନ କରିଛନ୍ତି ।

Comments are closed.