Latest Odisha News

BREAKING NEWS

କରୋନା ସତର୍କତା: ଜୁନରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ୱର: ଓଡିଶା ପାଇଁ ରହିଛି ଏକ ଭଲ ଏବଂ ଏକ ଖରାପ ଖବର। ପ୍ରଥମେ ଖରାପ ଖବର। ଆଗାମୀ ଜୁନ୍-ଜୁଲାଇରେ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬.୨ ଲକ୍ଷରେ ପହଞ୍ଚିବ, ଯାହା ରାଜ୍ୟର ଜନସଂଖ୍ୟାର ୧୦% (୪.୫ କୋଟି) ହେବ!

ମାତ୍ର ଖୁସି ଖବର ଏହାକି ଏହି କରୋନା ଭୁତାଣୁ ଅଗଷ୍ଟ ମାସରୁ କ୍ଷୟ ହେବା ଆରମ୍ଭ ହେବ । ଯାହା ଅକ୍ଟୋବର ମାସର ପାର୍ବଣ ମଧ୍ଯରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବାର ଦୃଢ଼ ସମ୍ଭାବନା ରହିଛି ।

ଏହି ରିପୋର୍ଟ ଜନ ହପକିନ୍ସ ୟୁନିଭରସିଟି, ପ୍ରିନ୍ସଟନ୍ ୟୁନିଭରସିଟି , ସେଣ୍ଟର ଅଫ ଡିଜିଜ ଡାଇନାମିକ୍ସ, ଇକୋନୋମିକ୍ସ ଆଣ୍ଡ ପଲିସିର ମିଳିତ ଅନୁସନ୍ଧାନ ଟିମ ଦ୍ୱାରା ଏହି ଆକଳନ କରାଯାଇଛି।

ଓଡିଶାରେ କରୋନା ସଂକ୍ରମିତ, ଆରୋଗ୍ୟ ସଂଖ୍ୟାକୁ ଧ୍ୟାନରେ ରଖି ଏହି ରିପୋର୍ଟ କରାଯାଇଛି। ରିସର୍ଚ୍ଚ ଅନୁଯାୟୀ, ଓଡିଶାରର କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୩.୯୦୫ ଲକ୍ଷ ରହିବା ନେଇ ଆକଳନ କରାଯାଇଛି। ମାତ୍ର ଜୁନ୍-ଜୁଲାଇର ସୁଦ୍ଧା ସଂକ୍ରମିତ ଲୋକଙ୍କ ସଂଖ୍ୟା ପ୍ରାୟ ୪୬ ଲକ୍ଷ ରହିବା ନେଇ ଆକଳନ କରାଯାଇଛି।

ଏହି ରିସର୍ଚ୍ଚରୁ ଜଣାପଡିଛି ଯେ ଲକଡାଉନ୍ ଅଧୀନରେ ସତ୍ତ୍ୱେ ମଧ୍ୟ, ଓଡ଼ିଶାର ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ, ଯାହା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ସାହାଯ୍ୟ କରିବ। ଓଡିଶା ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ରଙ୍କ ପୂର୍ବାନୁମାନ ଅନୁଯାୟୀ, ଜୁନ୍ ସୁଦ୍ଧା ଓଡିଶାରେ କରୋନା ମାମଲା ୧୦ ହଜାର ଅତିକ୍ରମ କରିବ।

Comments are closed.