Latest Odisha News

BREAKING NEWS

ରାୟଗଡ଼ା: ରେଲୱେ ଟ୍ରାକ୍ ନିକଟରୁ ଶିଶୁ କନ୍ୟା ଉଦ୍ଧାର

ରାୟଗଡା : ରାୟଗଡା ଜିଲ୍ଲାର ମୁନିଗଡା ଷ୍ଟେସନ ଅନ୍ତର୍ଗତ ରେଳ ଧାରଣା କଡରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ରେଳ ଧାରଣା କଡରୁ ଏକ ଶିଶୁର କାନ୍ଦ ଶୁଣାଯିବାରୁ ସେଠାରେ ଯାଉଥିବା ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରିଛନ୍ତି ।

ଉକ୍ତ ବ୍ୟକ୍ତିଙ୍କ ନାମ ହସ୍ତିନା ନାଗ ବୋଲି ଜଣାପଡିଛି । କେହି ପିଲାଟିକୁ ଜନ୍ମ ପରେ ଏଠାରେ ଫିଙ୍ଗିଦେଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଛି ।

ଅନ୍ୟପକ୍ଷରେ ଶିଶୁଟିକୁ ଉଦ୍ଧାର କରି ହସ୍ତିନା ନିଜ ଘରକୁ ନେଇ ଯାଇଛନ୍ତି । ଏଥିସହିତ ତାଙ୍କର କୌଣସି ପିଲାନଥିବାରୁ ସେ ଏହି ଶିଶୁକୁ ପାଇ ବହୁତ ଖୁସି ଅଛନ୍ତି ଓ ତାକୁ ନିଜ ଝିଅ ପରି ଲାଳନପାଳନ କରିବେ ବୋଲି ହସ୍ତିନା ପ୍ରକାଶ କରିଛନ୍ତି ।

ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.