Latest Odisha News

BREAKING NEWS

ଦିନକୁ ୧୫୦ କିମି ବେଗରେ ମାଡି ଆସୁଛନ୍ତି ପଙ୍ଗପାଳ: ୨୪ ଘଣ୍ଟାରେ ଖାଇଯିବେ ୩୫ ହଜାର ଲୋକଙ୍କ ଖାଦ୍ୟ !

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ନଯାଉଣୁ ମାଡି ଆସୁଛି ଆଉ ଏକ ମହାସଂକଟ ‘ପଙ୍ଗପାଳ’ । ଯାହା ଭାଙ୍ଗି ଦେଇ ପାରେ ଚାଷୀକୁଳର ମେରୁଦଣ୍ଡ ।

ଏବେ ଏହି ପଙ୍ଗପାଳକୁ ନେଇ ସାରା ଦେଶରେ ଚର୍ଚ୍ଚା । ଝିଣ୍ଟିକା ଭଳି ଦେଖା ଯାଉଥିବା ଏହି ୨ ଗ୍ରାମ ବିଶିଷ୍ଟ କୀଟ ବହୁ ମାତ୍ରାରେ କ୍ଷତିକାରକ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ପଙ୍ଗପାଳ ଏବେ ଭାରତରେ ପ୍ରବେଶ କରିଛନ୍ତି । ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ପ୍ରାୟ ୫୦ ହଜାର ହେକ୍ଟରରୁ ଅଧିକ ଜମିର ଫସଲ ଏମାନେ ନଷ୍ଟ କରି ଦେଇଛନ୍ତି ।

ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ମୁତାବକ ଏମାନେ ଦିନକୁ ୧୫୦ କିମି ବେଗରେ ଉଡ଼ିପାରନ୍ତି । ଗୋଟିଏ କିଲୋମିଟର ପରିମିତ ଅଞ୍ଚଳରେ ୧୫ କୋଟି ପଙ୍ଗପାଳ ଏକାଥରକେ ୩୫ ହଜାର ଲୋକଙ୍କ ଖାଦ୍ୟ ନଷ୍ଟ କରିଦିଅନ୍ତି ।

ଏମାନେ ଯେତେବେଳେ କୋଟି କୋଟି ସଂଖ୍ୟାରେ ଏକାଠି ହୁଅନ୍ତି ମାତ୍ର କେଇ ମିନିଟରେ ଏକର ଏକର ଫସଲ ନଷ୍ଟ କରିଦେଉଥିବା ରିପୋର୍ଟରେ ପ୍ରକାଶ । ଫସଲ ନଷ୍ଟ କରୁଥିବା ଏହି ପଙ୍ଗପାଳ ଗୁଡିକ ରେଙ୍ଗିସ୍ତାନୀ ପ୍ରଜାତିର । ଯେଉଁମାନେ ନିଛାଟିଆ ଅଞ୍ଚଳରେ ଦେଖାଯାଆନ୍ତି ।

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅଧିନରେ ଥିବା ଡାଇରେକ୍ଟର ପ୍ଲାଣ୍ଟ ପ୍ରୋଟେକ୍ସନର ତଥ୍ୟ ଅନୁଯାୟୀ ୧୮୧୨ ମସିହାରୁ ଭାରତରେ ପଙ୍ଗପାଳ ଆକ୍ରମଣ କରି ଆସୁଛନ୍ତି । ଏମାନଙ୍କ ପାଇଁ ଅତୀତରେ କୋଟି କୋଟି ଟଙ୍କାର କ୍ଷତି ମଧ୍ୟ ଘଟିଛି ।

ଭାରତରେ ପଙ୍ଗପାଳର ବର୍ତ୍ତମାନର ଗତିବିଧିକୁ ବିଚାରକୁ ନେଇ ଖାଦ୍ୟ ଏବଂ କୃଷି ସଂଗଠନ ସୂଚନା ଦେଇଛି ଯେ , ପଙ୍ଗପାଳଙ୍କ ଏହି ଦଳ ଜୁଲାଇରେ ବିହାର ଏବଂ ଓଡିଶାରେ ପହଞ୍ଚିବାର ସମ୍ଭାବନା ରହିଛି।

Leave A Reply

Your email address will not be published.