Latest Odisha News

ଆଜି ବସିବ କ୍ୟାବିନେଟ ବୈଠକ; ୨୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜି କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦିନ ୧୧.୪୫ ମିନିଟରେ ଭିଡ଼ିଓ କନଫ୍ରେସିଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେବ ।

କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯାଇପାରେ ।

କରୋନା ଯୋଗୁଁ ଏବେ ବିଭିନ୍ନ ବିଭାଗରେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦ ରାଜ୍ୟ ଅଂଶ ଓଡ଼ିଶାକୁ ମିଳୁନାହିଁ । ଏହାର ଭରଣା ପାଇଁ ଅଧିକ ଟିକସ ସଂଗ୍ରହ ନେଇ କ୍ୟାବିନେଟରେ ଅର୍ଥ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ରାଜ୍ୟ ସରକାର ୨୦୨୦-୨୧ ବଜେଟ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ଟିକସ କିମ୍ବା କର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି । ସେହିପରି ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ଷ୍ଟେସନ ପ୍ରତିଷ୍ଠା ପାଇଁ ବାଲେଶ୍ୱରରରେ ସାଢେ ୩ ଏକର ଜମି ଯୋଗାଇ ଦିଆଯିବ । ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବାର ସମ୍ଭାବନା ରହିଛି ।

ଜିଏସ୍‌ଟି ୨୦୨୦ ଅର୍ଡିନାନ୍ସ ଜାରି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିପାରେ । ଏଥିସହିତ ରାଜସ୍ୱ ବିଭାଗର ୫ଟି, ଅର୍ଥ ବିଭାଗର ୪ଟି, ପର୍ଯ୍ୟଟନ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଅର୍ଥ ବିଭାଗର ୪ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨ଟି ଏବଂ ସମବାୟ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.