Latest Odisha News

BREAKING NEWS

ଦୂର ଦିଗବଳୟ…

ଦୂର ଦିଗବଳୟ…

ଆର୍ଯ୍ୟଭଟ୍ଟ ମହାନ୍ତି

ଆକାଶର ଛାତିତଳେ
ସମୟ-ଅସମୟରେ ତୁମ ଛବି
ଆଙ୍କି ହୋଇଯାଏ,
ଅଜାଣତରେ ମନତଳେ,
ହୃଦୟର ବିସ୍ତୀର୍ଣ୍ଣ ବେଳାରେ ।

ମୁଁ ତୁମକୁ ଚାହେଁ ନାହିଁ,
ମୋ ଯୌବନ ଯଜ୍ଞବେଦୀ ପରେ
ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି
ଚାହେଁନା ମୁଁ
କେବେବି ତୁମକୁ
ବଧୂବେଶରେ ମୋ ଜୀବନରେ
ସାଥି ହେବା ପାଇଁ ।

ଭାବିନି କେବେ ବି ମୁଁ
ଡାକିବିନି ତୁମକୁ କେବେବି କଦାପି
ମୋ ଅନ୍ତିମ କ୍ଷଣରେ, ମୂହୁର୍ତ୍ତରେ
ଶେଷ ଜୀବନରେ
ଦୁଇ ବୁନ୍ଦା ଲୁହ ଦେବା ପାଇଁ
ମୁଁ ଚାହେଁ
କବରୀ ତୁମ ଶୋଭାପାଉ
ବଣମଲ୍ଲୀ ଫୁଲ ମହକରେ
ମୁଁ ଚାହେଁ ତୁମ ରଙ୍ଗ
ଦାଉ ଦାଉ ଜଳୁଥାଉ

ଗୋଧୂଳୀର ଶାନ୍ତ ପରଶରେ
ମୁଁ ଶୁଣେ ତୁମ ଗୀତ
କୋକିଳ କଣ୍ଠରେ
ମୁଁ ଦେଖେ ତୁମରି ରୂପ
ସୀମାହୀନ ସ୍ୱଚ୍ଛ ପାରାବାରେ
ଦୂର ଦିଗବଳୟରେ ।
———————-
ବାରିପଦା, ମୟୂରଭଞ୍ଜ, ମୋ-୯୦୪୦୯୩୩୩୯୧ ଇମେଲ୍‌: okmkpodisha@gmail.com

Leave A Reply

Your email address will not be published.