Latest Odisha News

BREAKING NEWS

ସାଇକେଲ ଚଳାଇ ପୁଣେରୁ ଓଡ଼ିଶା ଆସିଲେ ୩ ପ୍ରବାସୀ ଓଡ଼ିଆ

ନବରଙ୍ଗପୁର: ପୁଣେରେ କାର୍ଯ୍ୟରତ ତିନିଜଣ ପ୍ରବାସୀ ଓଡିଆ ପ୍ରାୟ ୧୩୦୦ କିମି. ସାଇକେଲ ଚଳାଇ ରବିବାର ଦିନ ନିଜ ଗ୍ରାମ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଛନ୍ତି।

ଏହି ତିନି ଜଣ ବ୍ୟକ୍ତି ଗତ ବର୍ଷ ଜୁନ୍ ୯ରେ ମହାରାଷ୍ଟ୍ରର ପୁଣେରେ ଥିବା ଏକ ଅଟୋମୋବାଇଲ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। କୋଭିଡ-୧୯ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ଫଳରେ ସେମାନଙ୍କ କମ୍ପାନୀ ବନ୍ଦ ହୋଇଯାଇଥିଲା ବୋଲି ଏକ ଆଞ୍ଚଳିକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଯାହା ଫଳରେ ପୁଣେରେ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ପରେ ସେମାନେ ଘରକୁ ଫେରିବାକୁ ସ୍ଥିର କରିଥିଲେ।

ସେମାନେ ଫେରିବା ପାଇଁ ନିଷ୍ପତ୍ତି ନେବା ସମୟରେ କୌଣସି ବସ୍ ଏବଂ ଟ୍ରେନ୍ ସେବା ଉପଲବ୍ଧ ନ ଥିବାରୁ ଉକ୍ତ ଶ୍ରମିକମାନେ ସଞ୍ଚୟ କରିଥିବା ଟଙ୍କାରେ ସାଇକେଲ କିଣି ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ତେବେ ପୁଣେ ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ୧୩୦୦ କିଲୋମିଟର ଅତିକ୍ରମ କରିବାକୁ ସେମାନଙ୍କୁ ୧୪ ଦିନ ଲାଗିଥିବା ବେଳେ ସେମାନେ ଏବେ ନିଜ ଜନ୍ମମାଟିରେ ପାଦ ଥାପି ପାରିଛନ୍ତି।

Leave A Reply

Your email address will not be published.