Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୩-୬-୨୦୨୦ ବୁଧବାର

ଆଜି ଦିନର ମହତ୍ତ୍ୱ

ଆଜି ୨୦୨୦ ମସିହା ଜୁନ୍ ୩ ରିଖ ବୁଧବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ସ୍ୱାତୀ ନକ୍ଷତ୍ର ତୁଳା ଚନ୍ଦ୍ର 
 ଘାତ ବାର-: କର୍କଟ  ରାଶିର
ଆଜି:   ପୋଇ ଓ ବାଇଗଣ   ଖାଇବା ନିଷେଧ   
ମେଷ  :
 ଅର୍ଥ ପ୍ରାପ୍ତି ହେବା ସହ ବାଣିଜ୍ୟ
ବ୍ୟବସାୟରେ ଲାଭବାନ ହେବେ ସାଙ୍ଗଠନିକ କାର୍ଯ୍ୟର ମୁଖ୍ୟ ଦାୟିତ୍ଵ ନେବେ।
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।
ବୃଷ :
 ଶାରୀରିକ ପୀଡା,ମାନସିକ ଦୁଶ୍ଚିନ୍ତା ପାରିବାରିକ କଳହ ମନକୁ ଭାରାକ୍ରାନ୍ତ କରାଇବ । ଜମିଜମା ସମସ୍ୟା ଦେଖା ଦେବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଯାତ୍ରା ଜନିତ କ୍ଳାନ୍ତି ଅନୁଭବ କରିବେ । ସନ୍ତାନ ସନ୍ତତିମାନଙ୍କ ପାଇଁ ଚିନ୍ତିତ ହେବେ ।
ମିଥୁନ  :
 ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ଶତ୍ରୁମାନେ ପରାଜିତ ହେବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ  । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ କୃତ କାର୍ଯ୍ୟ ହେବେ ।
କର୍କଟ :
ବହୁଦିନର ଆଶା ଅଭିଳାଷ ପୂରଣ ହେବ । ଧନ ମାନ ସମ୍ମାନ ମିଳିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ । ଦେହ ମନ ସୁସ୍ଥ ରହିବ । ବକେୟା ଅର୍ଥ ହସ୍ତଗତ ହେବ । ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି ।
ସିଂହ:
ବାଦାନୁବାଦ ଭିତରେ ଗତି କରିବେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ । ବ୍ୟବସାୟରେ ଲାଭ  ଅପେକ୍ଷା କ୍ଷତି ହେବ । ଛାତ୍ରଛାତ୍ରୀମାନେ ଉତ୍ସୃଙ୍ଖଳିତ ହେବେ ।
କନ୍ୟା  :
ଗୁପ୍ତ ଶତ୍ରୁ ଭୟ ମନକୁ ବ୍ୟତିବସ୍ତ କରାଇବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ଦାମ୍ପତ୍ୟ ଜୀବନରେଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ । ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମାଲିମକଦ୍ଦମାରେ ଜଡିତ ହୋଇପାରନ୍ତି ।
ତୁଳା :
 ପାରିବାରିକ ଜୀବନ ସୁଖମୟ ହେବ ।ପିତାମାତା ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ  ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଶତ୍ରୁମାନେ ପରାଜୟ ହେବ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ବିଛା  :
 ଦେହ ମନ ସୁସ୍ଥ ରହିବ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ବସ୍ତ୍ର ଆଭୁଷଣ ମିଳିବାର ସମ୍ଭାବନା ଅଛି । ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂର ହେବ । ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ । ଦୂର ଯାତ୍ରା କରିପାରନ୍ତି ।
ଧନୁ:
 ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ବ୍ୟବସାୟରେ ଲାଭ ମିଳିବ ନାହିଁ । ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
ମକର:
 ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। । ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ପାଇବେ ନାହିଁ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନ ଯୋଗି ହେବେ ।
କୁମ୍ଭ:
ଅର୍ଥ ଓ ସମ୍ମାନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ । ଉଚ୍ଚ ଆଶା ପୁରଣ ହେବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ । ନ୍ୟାୟାଳୟରେ ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ମୀନ :
କର୍ଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ଛୋଟ ଛୋଟ କଥାକୁ ନେଇ ବାଦବିବାଦ ଦେଖା ଦେବ । ଛାତ୍ରଛାତ୍ରୀମାନେ ଉତ୍ସୃଙ୍ଖଳିତ ହେବେ । ଧନ ହାନୀ ପ୍ରାଣ ପୀଡାର ଭୟ ରହିଛି  । ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି । ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Comments are closed.