ଭୁବନେଶ୍ୱର: ମାଇଣ୍ଡ ଟ୍ରି ର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ବାଗଚି ଦମ୍ପତ୍ତି ।
ଏହି କ୍ଷୁଦ୍ର ଅର୍ଥରାଶି ବଲାଙ୍ଗିର ଜିଲ୍ଲାରେ କୋଭିଡ-୧୯ ମୁକାବିଲା ଲାଗି ନିୟୋଜନକ ହେବ । ଏହି ଅବସରରେ କୋଭିଡ-୧୯ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଥିବା କହିଛନ୍ତି ସୁବ୍ରୋତ ।
ସୁବ୍ରୋତ ବାଗଚିଙ୍କ ଜନ୍ମ ବଲାଙ୍ଗିରର ପାଟଣାଗଡ଼ରେ । ଏବଂ ତାଙ୍କ ପତ୍ନୀ ମଧ୍ୟ ତାଙ୍କର ପ୍ରଥମ ଚାକିରୀ ବଲାଙ୍ଗିର ଜିଲ୍ଲାର ସରକାରୀ ବିଦ୍ୟାଳୟରେ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ଭାବେ ସୁବ୍ରୋତ ବାଗଚିଙ୍କ କାର୍ଯ୍ୟକୁ ରାଜ୍ୟ ନିଶ୍ମିତରୂପେ ମନେ ରଖିବ । ଅନ୍ୟପଟେ ଚେକ୍ ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅସିତ ତ୍ରିପାଠୀ ବାଗଚି ଦମ୍ପତ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ।
BREAKING NEWS
- El Nino forms:ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଲା ଏଲ୍ ନିନୋ;ପାଣିପାଗରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ବଢିଲା…
- Sarpanch Chameli Ojha:ଭାଇରଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠେଇ ନେଲା ପୋଲିସ; ଏପଟେ ବାପା ଆଣିଲେ ଅଭିଯୋଗ
- Bribe Case:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ MCL ସିକ୍ୟୁରିଟି ଇନ୍ସପେକ୍ଟର
- ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍ ହେବ ଓଡ଼ିଶା: ମନ୍ତ୍ରୀ
- ଆସନ୍ତୁ ଜାଣିବା ଦିନିକିଆ ବିଶ୍ୱକପ ୨୦୨୭ କେବେଠାରୁ ହେବ ଆରମ୍ଭ
- ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ
- କାଳବୈଶାଖୀର ତାଣ୍ଡବ;ବଜ୍ରାଘାତରେ ଜଳିଗଲା ଘର,ଉପୁଡିଲା ବିରାଟ ଗଛ…
- ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ;୧୨୭ଟି ମୋବାଇଲ ଫୋନ୍, ୧୩୭ ବାଇକ୍ ଜବତ
- ଫିଫା ବିଶ୍ୱକପ ବିଜେତାଙ୍କୁ ମିଳିବ ୪୭୬ କୋଟି ଟଙ୍କା
- ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କଲେ ରାଜ୍ୟ ସରକାର
Comments are closed.