ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍
ଭୁବନେଶ୍ୱର: କରୋନା ବିସ୍ତାରକୁ ରୋକିବା ଲାଗି ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଶନିବାର ଦିନଠାରୁ ଦୁଇ ଦିନିଆ ସଟଡାଉନ ଲାଗୁ କରାଯାଇଛି ।
ସଟଡାଉନ୍ ନିୟମ ଅନୁଯାୟୀ ଏହି ସବୁ ଜିଲ୍ଲାରେ ଶନିବାର ଓ ରବିବାର ଦିନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ଏପରିକି ଆବଶ୍ୟକସ୍ଥଳେ ପରିଚୟ ପତ୍ର ଓ ପାସ୍ ଦେଖାଇ ଲୋକମାନେ ଯାତାୟାତ କରିପାରିବେ । ଏହାଛଡା ନିୟମକୁ କଡାକଡି ପାଳନ କରିବା ଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କଡାକଡି ଭାବେ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ- ସଟଡାଉନ୍ ସମୟରେ ଭୁବନେଶ୍ୱରରେ ଖୋଲିବନି ପାର୍କ
ଉକ୍ତ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ରହିଛି ।
ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ
ସେହିପରି ଚଳିତ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଦିନ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ‘କ୍ରୁଟ’ ପକ୍ଷରୁ ‘ମୋ ବସ୍’ ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ: ଟ୍ୱିନସିଟିରେ ସଟଡାଉନ; କମିଶନରେଟ୍ ପୋଲିସର ଟ୍ରାଫିକ୍ ଆଡଭାଇଜରୀ ଜାରି
ତେବେ ଏହି ଅବଧି ମଧ୍ୟରେ ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ, ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ୍ ଟର୍ମିନାଲ୍, ଜୋମାଟୋ, ସ୍ୱିଗି ଓ ରେଷ୍ଟୁରାଣ୍ଟ ଆଦି ଖୋଲା ରହିବ ।
Comments are closed.