Latest Odisha News

BREAKING NEWS

ଗଞ୍ଜାମର ୯ ଟି ଗାଁ କଣ୍ଟେନମେଣ୍ଟ ଜୋନ ସହ ୧୦ଟି ଗାଁକୁ ବଫର ଜୋନ ଭାବରେ ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ୧୨ କରୋନା ପଜିଟିଭ ଚିହ୍ନଟ ହେବା ପରେ କଡା ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ । ଖଲିକୋଟ ବ୍ଲକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଓ ୧୦ଟି ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଳା ପ୍ରଶାସନ । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।

ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଆଦି ୯ଟି ଗାଁକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହି ପଞ୍ଚାୟତସଂଲଗ୍ନ ୧୦ଟି ଗାଁକୁ ମଧ୍ୟ ବଫର ଜୋନ୍ ଘୋଷଣା କରାଯାଇଛି।
ଅନ୍ୟପଟେ ସେହିପରି ଆୟିତିପୁର ପଞ୍ଚାୟତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିରିପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।

Comments are closed.