Latest Odisha News

ଅଶୁଭ ୨୦୨୦: କରୋନା, ପଙ୍ଗପାଳ ଆଉ ଏବେ ରକ୍ତମୁଖା ପୋକ !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନାର ଆତଙ୍କ । ଏସୀୟ ଦେଶରେ ପଙ୍ଗପାଳର ରୁଢାତ୍ମ୍ୟ, ପୁଣି ଏବେ ଋଷରେ ଦେଖା ଦେଇଛି ରକ୍ତ ମୁଖା ପୋକ।

ସାଧାରଣ ମନେ ହେଉଥିବା ଏକ ଭୂତାଣୁ କରୋନା ସମ୍ପୂର୍ଣ୍ଣ ବିଶ୍ୱକୁ ନାକରେ ପାଣି ପେଇ ଦେଲାଣି । ଏହାପାଇଁ ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଆଣ୍ଠୁ ଭାଙ୍ଗି ପଡିଲେଣି । ପ୍ରତ୍ୟେକ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ ନଯାଉଣୁ ଭାରତ ଭଳି ଏସୀୟ ଦେଶରେ ପଙ୍ଗପାଳର ରୂଢାତ୍ମ୍ୟ । ଗୋଟିଏ ଦିନରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇଯାଉଥିବା ଏହି ପୋକ ପାଇଁ ଏବେ ଚିନ୍ତାରେ ପାକିସ୍ତାନ ଓ ଭାରତ ଭଳି ଏସିୟ ଦେଶର ଚାଷୀ କୂଳ । କରୋନା ସଙ୍କଟରେ ବିଶ୍ୱ ସହ ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ବେଳେ ଚାଷୀକୂଳ ଉପରେ ଏହି ସଙ୍କଟ ଦେଶର ଅର୍ଥନୀତିକୁ ଧରାଶାୟୀ କରିଦେଇପାରେ ।

ଏହିସବୁ ସଙ୍କଟ ମଧ୍ୟରେ ରୁଷରେ ଦେଖା ଦେଇଛି ଏକ ରକ୍ତମୁଖା ପୋକର ଆତଙ୍କ । ସରକାରୀ ରିପୋର୍ଟ ଅନୁଯାୟୀ ରୁଷିଆରେ ଦେଖାଦେଇଥିବା ଏହି ରକ୍ତମୁଖା ପୋକ ବିଶେଷ କରି ଋଷର ସାଇବେରିଆ ଅଂଚଳରେ ଅତି ମାତ୍ରାରେ ଦେଖିବାକୁ ମିଳିଛି । ତେବେ ଏହି ପୋକ ଦେଖିବାକୁ ଅବିକଳ ଛୋଟ ବୁଢିଆଣୀ ଭଳି । ଏହି ବିଷଧର ପୋକ କେବଳ ମଣିଷ ରକ୍ତ ପିଇ ବଂଚିଥାନ୍ତି, ଆଉ ଏହି ପୋକ କାମୁଡିବା ମାତ୍ରକେ ଲୋକେ ଅସୁସ୍ଥ ହୋଇପଡୁଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୧୫ରେ ବି ଏଭଳି ପ୍ରଜାତିର ବିଷାକ୍ତ ପୋକମାନଙ୍କ ଯୋଗୁଁ ଋଷରେ ଏନସେଫାଲାଇଟିସ ବ୍ୟାପିଥିଲା । ଫଳରେ ଏଥିରେ ଶିକାର ହୋଇ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଗୋଟିଏ ପଟେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଏଭଳି ବିଷାକ୍ତ ପୋକମାନଙ୍କ ପାଦୁର୍ଭାବ ଋଷ ସରକାରଙ୍କ ଚିନ୍ତା ବଢାଇଦେଇଛି ।

Comments are closed.