Latest Odisha News

BREAKING NEWS

ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶାକୁ ଫେରିଛନ୍ତି ୩ ଲକ୍ଷ ପ୍ରବାସୀ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ତିନି ଲକ୍ଷରୁ ଅଧିକ ଓଡିଆ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ୨୦୦ଥର ଚଳାଚଳ କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଉକ୍ତ ପ୍ରବାସୀଙ୍କୁ ଯୋଜନା ସହିତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସେମାନଙ୍କର କରୋନା ସମ୍ପର୍କିତ ସ୍କ୍ରିନିଂ ମଧ୍ୟ କରାଯାଏ। ଏହା ବ୍ୟତୀତ ଖାଦ୍ୟ ଯୋଗାଣ ସହ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଲାଗି ନିଜ ଜିଲ୍ଲାକୁ ପଠାଯାଏ ବୋଲି ଟ୍ବିଟରେ ଉଲ୍ଲେଖ ରହିଛି।

ଆହୁରି ମଧ୍ୟ କରୋନା ଭୂତାଣୁଠାରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ। ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରେ ରୁହନ୍ତୁ। ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ ଓ ଅନ୍ୟ ମାନଙ୍କଠୁ ଅନ୍ତତଃ ୨ ମିଟର ଦୂରତା ରକ୍ଷା କରନ୍ତୁ। ଘରକୁ ଫେରି ସାବୁନ ଓ ପାଣିରେ ଭଲ ଭାବେ ହାତ ଧୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ନିବେଦନ କରିଛନ୍ତି।

 

 

 

Comments are closed.