Latest Odisha News

BREAKING NEWS

ଆଇଜି ପିନ୍ଧିନଥିଲେ ମାସ୍କ, କଟିଲା ଚାଲାଣ

କାନପୁର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅପିଲ କରାଯାଉଛି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜରିମାନା ଆଦୟ କରାଯିବା ନେଇ କଡା ନିୟମ ମଧ୍ୟ ରହିଛି । ତେବେ ଏହି ନିୟମକୁ ଖୋଦ୍ ଭାଙ୍ଗିଛନ୍ତି ଜଣେ ପୋଲିସ ବାବୁ ।

ଉତ୍ତର ପ୍ରଦେଶ ପୋଲିସ କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରଓ୍ଵାଲଙ୍କ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଚାଲାଣ କଟିଛି । ସୂଚନା ଅନୁଯାୟୀ ମୋହିତ ଅଗ୍ରଓ୍ଵାଲ ଶନିବାର କାନପୁରର କରୋନା ହଟ୍‌ସ୍ପଟ୍ ଅଞ୍ଚଳ ଶିବନଗର ନୀରିକ୍ଷଣ କରିବାକୁ ପହଞ୍ଚିଥିଲେ। ମାତ୍ର ସେ ମୁହଁରେ ମାସ୍କ ପିନ୍ଧିନଥିଲେ। ନିଜ ଗାଡିରୁ ଓହ୍ଲାଇବା ପରେ ଅଫିସରଙ୍କୁ ଅର୍ଡର ଦେବାକୁ ଲାଗିଥିଲେ।

ଗାଡିରୁ ଓହ୍ଲାଇବାର କିଛି ସମୟ ପରେ ତାଙ୍କୁ ମନେ ପଡିଲା ଯେ, ସେ ନିଜେ ମାସ୍କ ପିନ୍ଧି ନାହାନ୍ତି। ଆଇଜି ମୋହିତ ଅଗ୍ରଓ୍ଵାଲ ମାସ୍କ ପିନ୍ଧିନଥିବା ନିଜର ଭୁଲ୍ ବୁଝିପାରି ନିଜର ଚାଲାଣ ନିଜେ କଟାଇଛନ୍ତି। ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧି ନଥିବାରୁ ନିଜ ନାଁରେ ୧୦୦ ଟଙ୍କା ଚାଲାଣ କଟାଇଛନ୍ତି। ଏହା ପରେ ସେ ତୁରନ୍ତ ମାସ୍କ ପିନ୍ଧି ପୂରା ଅଞ୍ଚଳ ନୀରିକ୍ଷଣ କରିଛନ୍ତି।

Comments are closed.