Latest Odisha News

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ନାମ ରଖାଯାଇଛି ଅପରାଜିତ ଅଯୋଧ୍ୟା । ବାହୁବଳୀ ସ୍କ୍ରିପ୍ଟ ଲେଖକ କେବି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିଛନ୍ତି । ରାମ ମନ୍ଦିର ଏବଂ ଏହାର ବିବାଦ ଉପରେ ଫିଲ୍ମଟି ପର୍ଯ୍ୟବେଶିତ । କଙ୍ଗନା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ।

ପୂର୍ବରୁ ମଣିକର୍ଣ୍ଣିକା: ଦି କୁଇନ ଅଫ ଝାନ୍ସିର ନିର୍ଦ୍ଦେଶନ ମଧ୍ୟ ସେ ଦେଇଥିଲେ । ଫିଲ୍ମର ଷ୍ଟାର କାଷ୍ଟ ଚୂଡାନ୍ତ କରାଯାଇ ନାହିଁ । ଏହା ଏକ ଭବ୍ୟ ଫିଲ୍ମ ହେବାକୁ ଯାଉଛି ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.