ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆ ସାହିତ୍ୟର ମଉଡ଼ମଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି । ଏଥିରେ ଭରି ରହିଛି ଅଫୁରନ୍ତ ଶକ୍ତି, ସୌନ୍ଦର୍ଯ୍ୟ ଓ ଆଗକୁ ବଢିବାର ପ୍ରେରଣା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘#BandeUtkalaJanani‘ ସଙ୍ଗୀତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପରିଚୟ। ଦେଶାତ୍ମବୋଧ ଓ ଜାତୀୟତାବୋଧ ହେଉଛି ଏହାର ଅନ୍ତସ୍ବର। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି। #OdishaRajyaSangeeta pic.twitter.com/PRkwLBynMw
— CMO Odisha (@CMO_Odisha) June 7, 2020
ସାଢେ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି। ମେ ୩୦ରେ ସାରା ବିଶ୍ବରେ ଓଡ଼ିଆମାନେ ଏହି ସଂଗୀତ ଗାନ କରିଥିଲେ । ଓଡ଼ିଆଙ୍କ ଜାତି ପ୍ରେମର ନିଦର୍ଶନ ଅତୁଳନୀୟ । ଏକତାନରେ ବନ୍ଦେ ଉତ୍କଳ ଜନନୀ ଗାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।
Comments are closed.