ହିଞ୍ଜିଳିକାଟୁ : ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାରଙ୍କର ରହିଛି ବହୁ ସଚେତନତା କାର୍ଯ୍ୟକ୍ରମ । କରୋନା ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁୁଲି ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ସହ ଥର୍ମାଲ ସ୍କ୍ରିନିଂ ପାାଇଁ ନିିଷ୍ପତ୍ତି ହୋଇଛି। ଆସନ୍ତାକାଲି ହିଞ୍ଜିିଳିକାଟୁ ବ୍ଳକ ମକରଝୋଳ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିିିଛି। ଗ୍ରାମର ପ୍ରତେକ ସାହିର ଘରକୁ ଘର ବୁଲି ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ୪ଜଣିଆ ଟିମ ରହିବେ । ଟିମରେ ଅଙ୍ଗନବାଡି କର୍ମୀ , ଆଶା କର୍ମୀ ,ଶିକ୍ଷକ ସ୍ୱାସ୍ଥ୍ୟ ଅଧିକାରୀମାନେ ରହି ଥର୍ମାଲ ସ୍କ୍ରିନିଂ ସହ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ନିଷ୍ପତ୍ତି ହୋଇଛି ।
BREAKING NEWS
- ଓଡ଼ିଶା ଉପକୂଳରେ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ: ଶତ୍ରୁପକ୍ଷକୁ ମାତ୍ ଦେବାକୁ ପ୍ରତିରକ୍ଷା ବାହିନୀକୁ ମିଳିଲା ନୂଆ ଶକ୍ତି
- ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠୁ ଆଗରେ ଓଡ଼ିଶା
- ‘ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଆର.ଜି କର ମାମଲାର ତଦନ୍ତ ମୁଖ୍ୟ ଏଜେଣ୍ଡା’
- ଅର୍ଶଦୀପଙ୍କୁ ବ୍ଲଗିଂ କରିବାକୁ ମନା କଲା ପଞ୍ଜାବ
- ତାମିଲନାଡୁରେ ସରକାର ଗଠନ ବିବାଦ: ସୁପ୍ରିମକୋର୍ଟରେ ବିଜୟଙ୍କ ଦଳ
- ଆନ୍ଧ୍ରର ଜବରଦସ୍ତି ଜନଗଣନା;ଓଡ଼ିଶାର ତଥ୍ୟ ଉପରେ ରଙ୍ଗ ବୋଳିଲା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ପାଣିପାଗ ବିଭାଗ କଣ କହିଲା ବାତ୍ୟା ଆକଳନକୁ ନେଇ?
- ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ….
- ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗର୍ଜିଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
- ବାଲିଅନ୍ତା ହତ୍ୟାକାଣ୍ଡ: ରାସ୍ତାରୋକ କଲେ ସୌମ୍ୟରଞ୍ଜନଙ୍କ ପରିବାର, ଜିମ୍ ଟଙ୍କାକୁ ନେଇ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ
Comments are closed.