Latest Odisha News

BREAKING NEWS

ମିଳିତ ମଞ୍ଚର ଶିକ୍ଷକ ଆନ୍ଦୋଳନ ନଭେମ୍ବର ୩୦ ଯାଏଁ ସ୍ଥଗିତ

ଭୁବନେଶ୍ୱର : ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛି ମିଳିତ ମଞ୍ଚ ।

ସୂଚନା ଅନୁଯାୟୀ ସମସ୍ତ ଦାବି ପୂରଣ ଲାଗି ସରକାରଙ୍କ ପକ୍ଷରୁ ଆଶ୍ୱାସନା ମିଳିବା ପରେ ମିଳିତ ମଞ୍ଚ ପକ୍ଷରୁ ଏହି ନିଷ୍କତ୍ତି ନିଆଯାଇଛି ।

“ ଆମେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଥିଳୁ ଏହା ସଫଳ ମଧ୍ୟ ହୋଇଛି । ଏଥିସହିତ ଖୁବ୍ ଶୀଘ୍ର ଆମର ଦାବି ପୂରଣ କରାଯିବା ନେଇ ଆଶ୍ୱାସନା ମିଳିଛି” ବୋଲି କହିଛନ୍ତି ମିଳିତ ମଞ୍ଚର ଜଣେ ସଦସ୍ୟ ।

ଅନ୍ୟପକ୍ଷରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷକ ଓ ଅଧ୍ୟାପକ ମାନେ ସ୍ଥାୟୀ ଚାକିରି ଓ ପେନସନକୁ ନେଇ ପ୍ରାୟ ୫୯ ଦିନ ହେବ ଲୋୟର ପିଏମଜିରେ ଏହି ଆନ୍ଦୋଳନ ଚଳାଇଥିଲା ।

ଆହୁରି ମଧ୍ୟ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମିଳିତ ମଞ୍ଚର ଏ ସମସ୍ତ ଦାବି ପୂରଣ ହେବା ନେଇ ସରକାରଙ୍କ କ୍ଷରୁ ଆଶ୍ୱସନା ଦେଇଥିଲେ । ଏଥିସହିତ ସେ ସମସ୍ତ ଶିକ୍ଷକ ଓ ବ୍ଲକ ଶିକ୍ଷକଙ୍କୁ ଆନ୍ଦୋଳନ ବନ୍ଦ କରିବା ନେଇ କହିଥିଲେ ।

ତେବେ ଯଦି ପ୍ରତିଶ୍ରୁତି ପୂରଣ ନକରାଯାଏ ତାହେଲେ ସେମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.