Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟ: ୫ଟି ବିବାହକୁ ବିରୋଧ କରିବାରୁ ଶଳାକୁ ହତ୍ୟା କଲେ ଭିଣୋଇ

ଭଦ୍ରକ: ଭଦ୍ରକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଅନ୍ତର୍ଗତ ସଇବାବାଦ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିବା ଫଳରେ ହତ୍ୟାକାରୀଙ୍କ ଘର ଓ ୨ଟି ଅଟୋକୁ ପୋଡ଼ି ଦେଇଛନ୍ତି ଗ୍ରାମବାସୀ ।

ଏହି ହତ୍ୟାକାଣ୍ଡରେ ମୃତକ ବ୍ୟକ୍ତି ଜଣକ ହେଲେ ୨୮ ବର୍ଷ ବୟସ୍କ ସକିମ୍ ଖାନ୍ ।

ମିଳିଥିବା ସୂଚନାନୁଯାୟୀ, ସଇବାବାଦର ୩୫ ବର୍ଷ ବୟସ୍କ ଭାଲୁ ଖାନ୍ ସେହି ଗ୍ରାମର ସକିମଙ୍କ ଭଉଣୀଙ୍କୁ ବିବାହ କରିଥିଲେ । କିନ୍ତୁ ସକିମ ଖାନ୍ ଜାଣିପାରିଥିଲେ ଯେ, ଭିଣୋଇ ଭାଲୁ ୫ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଏହାକୁ ବିରୋଧକରି ଶଳା-ଭିଣୋଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଝଗଡ଼ା ମଧ୍ୟ ହୋଇଥିଲା ।

ଶଳା ସକିମର ଏପରି ବିରୋଧକୁ ସହ୍ୟ ନକରି ପାରି ଭାଲୁ ତା’ର ଅନ୍ୟ ସହଯୋଗୀଙ୍କ ସହିତ ମିଶି ସକିମକୁ ଭୁଜାଲି ଦ୍ୱାରା ହତ୍ୟା କରିଛି । ହତ୍ୟା କରିବା ପରେ ଭାଲୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।

ଏହି ଘଟଣାପରେ ଭାଲୁ ଖାନର ଘରକୁ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏପରିକି ଗ୍ରାମବାସୀମାନେ ଏହି ହତ୍ୟାକାଣ୍ଡକୁ ବିରୋଧ କରି ହତ୍ୟାକାରୀ ଭାଲୁର ୨ଟି ଅଟୋରେ ନିଆଁ ଲଗାଇଦେଇଛନ୍ତି ।

ପୋଲିସ ଘଟଣା ସମ୍ପର୍କରେ ଜାଣି ତଦନ୍ତ କରିବା ସହିିତ ଫେରାର ହତ୍ୟାକାରୀକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.