Latest Odisha News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ, ହୋଇପାରେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସାମାନ୍ୟ ଜ୍ୱର ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯିବ।

ଖବର ଅନୁଯାୟୀ ଗତ ରବିବାର ଦିନ କେଜ୍ରିୱାଲଙ୍କୁ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଥିବା ନେଇ କହିଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାଛଡା ବର୍ତ୍ତମାନ ସମୟରେ ଚାରିଆଡେ କରୋନା ମହାମାରୀ ବ୍ୟାପୁଥିବାରୁ ତାଙ୍କୁ ଏହି ରୋଗ ହୋଇଛି କି ନାହିଁ, ସେନେଇ ପରୀକ୍ଷା କରାଯିବ ।

ଏହି କାରଣରୁ ମୁଖ୍ୟମନ୍ତ୍ରୀ ଏବେ ହୋମ୍ ଆଇସୋଲେସନରେ ରହିବା ସହ ତାଙ୍କର ସମସ୍ତ ବୈଠକକୁ ବାତିଲ ମଧ୍ୟ କରିଦେଇଥିବା ଜଣାପଡିଛି ।

ତେବେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କିଛି ସଭାରେ ଯୋଗ ଦେଇ ଦିଲ୍ଲୀ ସଚିବାଳୟ ମଧ୍ୟ ପରିଦର୍ଶନ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

Comments are closed.